Jai Odisha
News

ଆଜି ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ; ‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୦୫/୦୨: ଆଜି ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ୧,୦୦୦ତମ ଜୟନ୍ତୀ | ହାଇଦ୍ରାବାଦରେ ଚିନ୍ନା ଜିୟାର୍‌ ସ୍ୱାମୀ ଆଶ୍ରମରେ ବୈଷ୍ଣବ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ୨୧୬ ଫୁଟ ଉଚ୍ଚତାବିଶିଷ୍ଟ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ‘ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି’ କୁହାଯିବ । ଏହି ପ୍ରତିମୂର୍ତ୍ତିକୁ ୫ଟି ଧାତୁରେ ନିର୍ମାଣ କରାଯାଇଛି ଯଥା ସୁନା, ରୁପା, ତମ୍ବା, ପିତ୍ତଳ ଓ ଜିଙ୍କ୍‌ । ୫୪ ଫୁଟବିଶିଷ୍ଟ ଭିତ୍ତି ‘ଭଦ୍ରା ବେଦି’ରେ ଏହି ପ୍ରତିମୂର୍ତ୍ତି ଉପବେସନ ମୁଦ୍ରାରେ ସ୍ଥାପନ ହୋଇଛି |

Leave A Reply

Your email address will not be published.