Jai Odisha
News

ଆଜି ସବୁଠୁ ଛୋଟ ଦିନ ଓ ବଡ଼ ରାତି

ଭୁବନେଶ୍ବର: ,୨୨।୧୨ଆଜି ହେଉଛି ଚଳିତ ବର୍ଷର ସବୁଠାରୁ ଛୋଟ ଦିନ । ଆଜିର ଦିନରେ ସୂର୍ଯ୍ୟ ମାତ୍ର ୧୦ଘଣ୍ଟା ୪୧ ମିନିଟରେ ଅସ୍ତ ହେବେ । ଏଥିସହିତ ରାତିର ସମୟ ୧୩ ଘଣ୍ଟା ୧୯ ମିନିଟ ରହିବ । ତେବେ ପ୍ରତି ବର୍ଷ ଡିସେମ୍ବରସ ୨୧ ତାରିଖ କିମ୍ବା ୨୨ ତାରିଖରେ ଦିନ ଛୋଟ ରାତି ବଡ ହୋଇଥାଏ । ଏହାପରଠାରୁ ଦିନ ବଡ ହେବାର ପ୍ରକ୍ରିୟା ଆରମ୍ଭ ହୁଏ । ତେବେ ଆଜି ପୃଥିବୀର ଉତ୍ତର ଗୋଲାର୍ଦ୍ଧ ବାସିନ୍ଦା ଏହି ଛୋଟ ଦିନ ଦେଖିପାରିବେ ।ଆଜି ହେବ ସବୁଠୁ ବଡ଼ ରାତି। ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଠାରୁ ‌ଆସନ୍ତାକାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍‌। ଅର୍ଥାତ୍‌ ୧୩ ଘଣ୍ଟା ୧୯ ମିନିଟ୍‌ ରହିବ ରାତିର ଅବଧି। ସେହିପରି ସବୁଠୁ ଛୋଟ ଦିନ ବି ଦେଖିବେ ଉତ୍ତର ଗୋଲାର୍ଦ୍ଧର ବାସିନ୍ଦା। ଦିନର ଅବଧି ରହିବ ୧୦ ଘଣ୍ଟା ୪୧ ମିନିଟ୍‌। ତେବେ ସ୍ଥଳ ବିଶେଷରେ ଏହା କମ୍‌ ବେଶୀ ହୋଇପାରେ।  ପ୍ରତିବର୍ଷ  ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ଛୋଟ ଓ ରାତି ସବୁଠୁ ବଡ଼ ହୁଏ। ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଉତ୍ତର ଗୋଲାର୍ଦ୍ଧରେ ଯେତେବେଳେ ଶୀତଋତୁ ହୋଇଥାଏ ସେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ। ଠିକ୍‌ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହେଲେ  ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ।’

Leave A Reply

Your email address will not be published.