Jai Odisha
News

ଆଜି ସମସ୍ତ ଏସପି ଅଫିସ ଆଗରେ ଧାରଣା ଦେବ ବିଜେପି

ଭୁବନେଶ୍ୱର,,୪ା୩: ଆଜି  ରାଜ୍ୟସାରା ସମସ୍ତ ଏସପି ଅଫିସ ଆଗରେ ଧାରଣାରେ ବସିବ ଦଳ ।  ପୋଲିସର ଦଳୀୟ ଆଭିମୁଖ୍ୟକୁ ନେଇ ବିଜେପିର ହଲ୍ଲାବୋଲ୍ । ଆଜି ସମସ୍ତ ଏସପି ଅଫିସ ଆଗରେ ଧାରଣା ଦେବ ଦଳ । ନବ ଦାସ ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଯୁବମୋର୍ଚ୍ଚା ସଦସ୍ୟଙ୍କ ଉପରେ ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ନେଇ ଆଟାକିଂ ମୁଡରେ ବିଜେପି ।  ଗତକାଲି ସବୁ ଥାନାରେ ଡିଜି, କମିଶନର ଓ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଦଳ ଏଫଆଇଆର୍ ଦେଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ନେଇ ସ୍ବର ଉଠାଇଲେ ରାଜ୍ୟ ସରକାର ଦମନମୂଳକ ନୀତି ଅବଲମ୍ବନ କରୁଛନ୍ତି ।  ଯେଉଁଥିପାଇଁ ପୋଲିସ ବିରୋଧରେ ଆରପାରର ଲଢ଼େଇକୁ ଓହ୍ଲେଇଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନ ଡାକରା ଦେଇଛି ଦଳ ।

Leave A Reply

Your email address will not be published.