Jai Odisha
News

ଆଜି ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ,୨୫/୧୧: ଆଜି ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ମାନଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନା କରିବେ।ଆଗକୁ ଅଛି ସାଧାରଣ ବଜେଟ 2023-24। ଆସନ୍ତାବର୍ଷ ଫେବ୍ରୁଆରୀ 1ରେ ଅର୍ଥମନ୍ତ୍ରୀ   ସଂସଦରେ ବଜେଟ ଆଗତ କରିବେ । ଏହା ପୂର୍ବରୁ ଆଜି ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ମାନଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ଆଲୋଚନା କରିବେ। ତେବେ ଆସନ୍ତା ବଜେଟରେ ଗ୍ରାମୀଣ ବିକାଶ ଉପରେ ଦିଆଯିବ ସର୍ବାଧିକ ଗୁରୁତ୍ବ। ଏହି ବଜେଟରେ ଗ୍ରାମାଞ୍ଚଳରେ ଚାଲୁଥିବା ବିକାଶ କାର୍ଯ୍ୟରେ ହେବାକୁ ଥିବା ଖର୍ଚ୍ଚରେ ପ୍ରାୟ 50% ବୃଦ୍ଧି କରାଯାଇପାରେ ବୋଲି ଆକଳନ କରାଯାଉଛି। 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହେବ। ତେଣୁ ଏହାକୁ ଯଥାସମ୍ଭବ ଲୋକାଭିମୂଖି କରିବାକୁ କେନ୍ଦ୍ର ସରକାର ପ୍ରୟାସ କରିବେ। ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଫୋକସ କେବଳ ରୋଜଗାର ବୃଦ୍ଧି ଉପରେ ନୁହେଁ ବରଂ ଲୋକଙ୍କୁ ଶସ୍ତାରେ ବାସଗୃହ ଦେବାର ମଧ୍ୟ ଏଜେଣ୍ଡା ରହିଛି। ଅଧିକରୁ ଅଧିକ ଲୋକଙ୍କୁ ସୁଲଭ ବାସଗୃହ ଯୋଗାଇଦେବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି।

 ।

Leave A Reply

Your email address will not be published.