Jai Odisha
News

ଆଜି ସରୁଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର

ଭୁବନେଶ୍ୱର,୭ା୫ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ  ଆଜି  ପ୍ରଚାର ସରୁଥିବା ବେଳେ ହାଇଭୋଲଟେଜ୍‌ ପ୍ରଚାରରେ କମ୍ପୁଛି ଅଞ୍ଚଳ। ହାତରେ ଆଉ ଗୋଟିଏ ଦିନ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମାରାଥନ ପ୍ରଚାର କରୁଛନ୍ତି। ଘରକୁ ଘରୁ ବୁଲି ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଜୋରସୋର ଉଦ୍ୟମ ଚଳାଇଛନ୍ତି। ହାଇଭୋଲଟେଜ୍ କ୍ୟାମ୍ପେନ୍‌ରେ କମ୍ପୁଛି ଝାରସୁଗୁଡ଼ା। ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ଏହି ଅଞ୍ଚଳ ଏବେ ଉଠୁଛି ପଡ଼ୁଛି ।  ଆଜି ସଂଧ୍ୟାରେ ପ୍ରଚାର ସରୁଥିବାରୁ କେହି ବି ସୁଯୋଗକୁ ହାତ ଛଡ଼ା କରୁନାହାନ୍ତି । ଶେଷ ଦିନରେ ସବୁ ଦଳର ଷ୍ଟାର ପ୍ରଚାରକ ବି କ୍ୟାମ୍ପେନ୍ ପରେ ମଇଦାନ ଛାଡ଼ିବେ।

Leave A Reply

Your email address will not be published.