Jai Odisha
News

ଆଜି ସହିଦ ଦିବସ,ବାପୁଙ୍କୁ ଶ୍ରଦ୍ଧାଜ୍ଞଳି ଅର୍ପଣ ପ୍ରଧାନମନ୍ତ୍ରୀ କଲେ

ନୂଆଦିଲ୍ଲୀ,୩୦।୧: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି। ଆଦର୍ଶ ଓ ଅହିଂସାର ପ୍ରତୀକ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ ।ସମଗ୍ର ବିଶ୍ୱରେ ଗାନ୍ଧିଜୀ ଏକ ଲୋକପ୍ରିୟ ବ୍ୟକ୍ତିତ୍ୱ ।  ଭାରତରେ ସ୍ୱାଧୀନତା, ଗର୍ବ, କଲ୍ୟାଣ ଏବଂ ପ୍ରଗତି ପାଇଁ ସଂଗ୍ରାମ କରିଥିବା ବାପୁଙ୍କୁ ଶ୍ରଦ୍ଧାଜ୍ଞଳି ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ ତାରିଖକୁ ସର୍ବଭାରତୀୟ ସ୍ତରରେ ‘ସହିଦ ଦିବସ’ ଭାବେ ପାଳନ କରାଯାଉଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ତାରିଖକୁ ସର୍ବଭାରତୀୟସ୍ତରରେ ‘ସହିଦ ଦିବସ’ ଭାବେ ପାଳନ କରାଯାଉଛି। ୧୯୪୮ ମସିହା ଆଜିର ତାରିଖରେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ୍ ଗଡ୍‌ସେ ହତ୍ୟା କରିଥିଲେ। ଗାନ୍ଧୀଙ୍କ ତିରୋଧାନ ତାରିଖକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ‘ବିଦ୍ୟାଳୟରେ ଅହିଂସା ଓ ଶାନ୍ତି ଦିବସ’ ଭାବେ ପାଳନ କରାଯାଉଛି। ସ୍ପେନ୍‌‌ର କବି ଲୋରେନ୍ ଭିଡ଼ାଲ ୧୯୬୪ରେ ପ୍ରଥମଥର ଏହି ଦିବସ ପାଳନ ଆରମ୍ଭ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ ଯୋଗେ କହିଛନ୍ତି, ମୁଁ ବାପୁଙ୍କୁ ତାଙ୍କ ପୂଣ୍ୟତିଥିରେ ପ୍ରଣାମ କରୁଛି ଏବଂ ତାଙ୍କର ଗଭୀର ଚିନ୍ତାଧାରାକୁ ମନେ ପକାଉଛି। ମୁଁ ଦେଶର ସେବାରେ ଶହୀଦ ହୋଇଥିବା ସମସ୍ତଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବାପୁଙ୍କ ବଳିଦାନ କେବେ ବି ଭୁଲି ହେବ ନାହିଁ ଏବଂ ବିକଶିତ ଭାରତ ପାଇଁ କାମ କରିବାକୁ ଆମ ସଂକଳ୍ପ ଆହୁରି ମଜଭୁତ ହେବ।

 

 

Leave A Reply

Your email address will not be published.