Jai Odisha
News

ଆଜି ସାବିତ୍ରୀ ବ୍ରତ,ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ପ୍ରାର୍ଥନା କରୁଛନ୍ତି ସାବିତ୍ରୀ

ଭୁବନେଶ୍ୱର ୩୦/୦୫:  ଆଜି ସାବିତ୍ରୀ ବ୍ରତ,ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ପ୍ରାର୍ଥନା କରୁଛନ୍ତି ସାବିତ୍ରୀ|ସାବିତ୍ରୀ ବ୍ରତ ପାଇଁ ମନ୍ଦିର ଯାଇ ନିଦ୍ୱର୍ନ୍ଦ୍ୱରେ ପୂଜା କରୁଛନ୍ତି ସାବିତ୍ରୀ ।   ଓଡ଼ିଆ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳିଥାନ୍ତି । ସେଥିପାଇଁ ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଦେବୀ ସାବିତ୍ରୀଙ୍କୁ ଓଡ଼ିଶାର ପୁରପଲ୍ଲୀରେ ଉପାସନା କରାଯାଏ। ସେ ସଧବା ନାରୀଙ୍କ ଆଦର୍ଶ। ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳ କାମନା କରି ସଧବା ନାରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି। ପ୍ରତ୍ୟେକ ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ଦେବୀ ସାବିତ୍ରୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି। ତେବେ ଏହି ବ୍ରତ କିପରି ଆରମ୍ଭ ହେଲା ଓ ସାବିତ୍ରୀ ମା’ କିଏ, ତାହା ଜଣାପଡ଼େ  ସାବିତ୍ରୀ  କିମ୍ବଦନ୍ତୀରୁ। ଏହି ଦିନ  ପରମ୍ପରା  ଓ  ବିଧିବିଧାନର  ସହ  ସଧବା  ନାରୀ ବ୍ରତ  ପାଳନ କରିଥାନ୍ତି। ଏ  ଅବସରରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କରାଯାଏ। ଉଖୁଡ଼ା, ନଡ଼ିଆ, ଆଖୁ, ଖଇ, ଛେନା, ଗୁଡ଼, ନାନାଦି ଫଳ ସଜାଡ଼ି, ଅରୁଆ ଚାଉଳ, ଦୁବ ଓ ନାନା ପ୍ରକାର ଫୁଲରେ ପୂଜା କରାଯାଏ। ଏହାପରେ ବ୍ରତକାରିଣୀମାନେ ବ୍ରତ ବାନ୍ଧନ୍ତି। ସେହିପରି କେତେକ ଅଞ୍ଚଳରେ ଏହିଦିନ ନାରୀମାନେ ଘର ଅଗଣାରେ ବୃନ୍ଦାବତୀଙ୍କ ନିକଟରେ ମଧ୍ୟ ପୂଜା କରିଥାନ୍ତି। ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୂର, ନାଲି ବ୍ରତ ଓ ଭୋଗ ସଜାଡ଼ି ରଖନ୍ତି।ପରମ୍ପରା ଅନୁସାରେ ମହିଳାମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତି । କେହି କେହି ଘରେ ବ୍ରାହ୍ମଣଙ୍କୁ ଡାକି ପୂଜା କରନ୍ତି ।

 

Leave A Reply

Your email address will not be published.