Jai Odisha
News

ଆଜି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ, ଉଦଘାଟନ ହେବ ଜାତୀୟ ଯୁବ ଉତ୍ସବ

ନୂଆଦିଲ୍ଲୀ,୧୨।୧:  ଆଜି  ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ । ସେ ଥିଲେ ଭାରତର ନବ ଉର୍ଜାର ଆବିଷ୍କାରକ । ତାଙ୍କ ନୀତି ଆଦର୍ଶରେ ଆଜି ବି ରହିଛି ପ୍ରାସଙ୍ଗିକତା । ଆଜି ବି କୋଟି କୋଟି ଯୁବାଙ୍କ ପାଇଁ ସେ ପ୍ରେରଣା । ସେ ଯୁବକଙ୍କୁ ସାହାସୀ ହେବାକୁ କହୁଥିଲେ । ତାଙ୍କୁ ବୀର ସୈନିକ କହି ପ୍ରେରଣା ଦେଉଥିଲେ ।  1985 ମସିହାରୁ ତାଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିସନ୍‌ ପରି ଆଧ୍ୟାତ୍ମିକ ସଂଗଠନର ସ୍ଥାପନା କରିଥିଲେ ସ୍ବାମୀ ବିବେକାନନ୍ଦ । ତାଙ୍କ ଦ୍ବାରା ପ୍ରଭାବିତ ହୋଇଥିବା ବଡ଼ ବ୍ୟକ୍ତିତ୍ବ ଭିତରେ ଅଛନ୍ତି ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ବାଲ ଗଙ୍ଗାଧର ତିଲକଙ୍କ ପରି ଦେଶଭକ୍ତ । ମାତ୍ର ୨୬ ବର୍ଷରେ ସେ ଗେରୁଆ ପୋଷାକ ପିନ୍ଧି ସାରା ବିଶ୍ବରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ । ଆଜି କର୍ଣ୍ଣାଟକର ହୁବଲି ଠାରେ 26 ତମ ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟାରେ କାର୍ଯ୍ୟକ୍ରମର ଉଦଘାଟନ ହେବ । ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶ, ଶିକ୍ଷା ଓ ଅବଦାନକୁ ସମ୍ମାନ ଜଣାଇ ଏହି ଯୁବ ଉତ୍ସବ ପାଳିତ ହୋଇଥାଏ । ଯୁବଶକ୍ତି ଗଠନ କରିବା ଏହି ଉତ୍ସବର ମୂଳ ଲକ୍ଷ । ମହୋତ୍ସବର ବିଷୟବସ୍ତୁ ରହିଛି ‘ବିକଶିତ ଯୁବା- ବିକଶିତ ଭାରତ’ । ଯୁବ ସମ୍ମିଳନୀରେ ବିଭିନ୍ନ କ୍ଷେତ୍ର ସମ୍ପର୍କିତ ବିଷୟ ଯଥା କାର୍ଯ୍ୟ, ଉଦ୍ୟୋଗ ଓ ନୂତନତା, ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ, ଶାନ୍ତି ଏବଂ ମିଳିତ ଭବିଷ୍ୟତ ସମ୍ପର୍କରେ ଆଲୋଚନା ହେବ ।

Leave A Reply

Your email address will not be published.