Jai Odisha
News

ଆଜି ହକି ବିଶ୍ଵକପ୍‌ ଉଦଘାଟନୀ ଉତ୍ସବ,ଦୁଲୁକିବ ବାରବାଟୀ ଷ୍ଟାଡିୟମ

କଟକ  ,୧୧ା୧: ଚଳିତ ଥର ପୁରୁଷ ବିଶ୍ୱ କପ୍ ୨୦୨୩ ଓଡିଶାରେ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ନେଇ ଚଳଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ଏବଂ ଷ୍ଟିଲ ସିଟି ରାଉରକେଲା ।  ଆଜି କଟକ ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ।  । ଦୁଲୁକିବ କଟକ ବାରବାଟୀ ଷ୍ଟାଡିୟମ । ପ୍ରାୟ ୩୦ହଜାର ଦର୍ଶକଙ୍କ ଲାଗି ବ୍ୟବସ୍ଥା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବ ସାରା ବିଶ୍ଵ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବାରବାଟୀ ଷ୍ଟାଡିୟମ ।  ଉଦ୍‌ଘାଟନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଷ୍ଟାର ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକ୍‌ରେ ଝୁମିବେ ଦର୍ଶକ। ପ୍ରଥମ ଥର ପାଇଁ କଟକରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ଶୋ।  କଟକ ଆକାଶରେ ଏକକାଳୀନ ୫ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ବକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯିବ । ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ।   ଏତତ୍ ବ୍ୟତୀତ ଏହି ଉଦଘାଟନୀ ଉତ୍ସବ ପାଇଁ ଆଜି ଦିନ ୧ଟାରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।   ଏନେଇ ଗତକାଲି ରାଜ୍ୟସରକାର ଘୋଷଣା କରିଛନ୍ତି । ତେବେ ବିଶ୍ବ କପ୍ ହକି ଉଦଘାଟନୀ ଉତ୍ସବ ସମୟରେ ସମସ୍ତ ସରକାରୀ ଏବଂ ବେସରକାରୀ ଆଇଟିଆଇ / ଡିପ୍ଲୋମା / ବୈଷୟିକ / ବୃତ୍ତିଗତ ଅନୁଷ୍ଠାନଗୁଡିକ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ସମସ୍ତ ଅଫିସ ବନ୍ଦ ରହିବ। ଏହି ସବୁ ଅନୁଷ୍ଠାନଗୁଡିକର ଛାତ୍ରମାନେ କିପରି ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ର ଉଦଘାଟନୀ ସମାରୋହରକୁ ଉପଭୋଗ କରିପାରିବେ ତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତି ନେଇଛନ୍ତି। ଆଜିର ଏହି ବିଶ୍ୱ କପ୍ ହକିର ଉଦଘାଟନୀ ଉତ୍ସବରେ କଟକ ବାରବାଟୀ ଷ୍ଟାଡିୟମରେ ବଲିଉଡର ତାରକା ମାନେ ସେମାନଙ୍କର ଜଲୱା ଦେଖାଇବେ ।ଯେଉଁଥିରେ ମୁଖ୍ୟ ଆକର୍ଷଣ ରହିବେ ରଣବିରୀ ସିଂ ଏବଂ ଦିଶା ପଟ୍ଟାନୀ । ଏତତ୍ ବ୍ୟତୀତ ମ୍ୟୁଜିକ୍ କମ୍ପୋଜର ପ୍ରିତମ୍ ମଧ୍ୟ ଓଡିଶାରେ ପହଞ୍ଚିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଜଣା ପଡିଛି । ଅନ୍ୟପକ୍ଷେ ବଲିଉଡ୍ ଅଭିନେତ୍ରୀ ଦିଶା ପଟ୍ଟାନି ଏବଂ ରଣବୀର ସିଂ ନିଜ ଡ୍ୟାନ୍ସର ଜଲୱା ଦେଖାଇବା ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ନିଜର ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ବିଶ୍ୱ କପ୍ ହକିର ଉଦ୍ଘାଟନୀ ଉତ୍ସବ ପାଇଁ କମ୍ପି ଉଠୁଛି ବାରବାଟୀ । ଯାହାକି ହକି ପ୍ରେମୀ ଏବଂ ସାଧାରଣ ଜନତାଙ୍କ ଉତ୍ସାକୁ ଦ୍ୱିଗୁଣିତ କରୁଛି

Leave A Reply

Your email address will not be published.