Jai Odisha
News

ଆଜି ହେଉଛି ଗଙ୍ଗା ଦଶହରା

ନୂଆଦିଲ୍ଲୀ,୩୦।୫:ଆଜି ଜୈଷ୍ଠ ମାସର ଶୁକ୍ଳ ପକ୍ଷ ଦଶମ ତିଥିରେ ଗଙ୍ଗା ଦଶହରା । ହିନ୍ଦୁ ଧର୍ମରେ ଗଙ୍ଗା ନଦୀକୁ ମା ଗଙ୍ଗା କୁହାଯାଏ ଏବଂ ଗଙ୍ଗା ଦଶହରା ଉପରେ ଗଙ୍ଗା ମାଆଙ୍କର ବିଶେଷ ଉପାସନା କରାଯାଇଥାଏ।   ଶୁଭ କାର୍ଯ୍ୟ ପାଇଁ ଗଙ୍ଗା ଦଶହରାକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେ ବିବେଚନା କରାଯାଏ ଏବଂ ଏହି ଦିନ ଗଙ୍ଗା ପୂଜା କରାଯାଏ। ଏହି ବର୍ଷ ଗଙ୍ଗା ଦଶହରା ୩୦ ମେ ରେ ପାଳନ କରାଯାଉଛି। ଚଳିତ ବର୍ଷ ମେ ୩୦ ରେ ଗଙ୍ଗା ଦଶହରା ପାଳନ କରାଯିବ। ତେବେ, ୨୯ ମେ ରେ ସକାଳ ୧୧.୪୯ ରୁ ଜ୍ୟେଷ୍ଠ ଦଶମୀ ତିଥି ଆରମ୍ଭ ହେଉଛି। ଏହି ତାରିଖ ପରଦିନ ମେ ୩୦ ରେ ରାତି ୧.୦୭ ରେ ଶେଷ ହେବ। ଗଙ୍ଗା ଦଶହରା ଦିନ ରବି ଯୋଗ ଏବଂ ସିଦ୍ଧ ଯୋଗର ମିଶ୍ରଣ ହେବାକୁ ଯାଉଛି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ଧନ ଯୋଗ ସୃଷ୍ଟି ହେବ।-ଗଙ୍ଗା ଦଶହରା ଦିନ ଗଙ୍ଗାରେ ଗାଧୋଇବାବେଳେ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଅର୍ପଣ   କିମ୍ବା ଗଙ୍ଗାର ପ୍ରବାହିତ ତରଙ୍ଗକୁ ସାମ୍ନା କରି ଗଙ୍ଗାର ଜଳ ସହିତ ସୂର୍ଯ୍ୟ ଭଗବାନଙ୍କୁ ଅର୍ପଣ କରାଯାଏ। ବୁଡ଼ ପକାଇବା ସମୟରେ ଗଙ୍ଗା ଆରତୀ କରାଯାଏ ,ପିତୃପୁରୁଷଙ୍କ ପାଇଁ ପ୍ରାର୍ଥନା  କରାଯାଏ ।

 

Leave A Reply

Your email address will not be published.