Jai Odisha
News

ଆଜି ୧୫ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୨୭ା୪ :ଆଜି ପାଇଁ ୧୫ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସହ ବଜ୍ରପାତ ଆଲର୍ଟ କରାଯାଇଛି । ଏହି ସମୟରେ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି । ବଙ୍ଗୋପ ସାଗରରେ ଗୁରୁଚାପ ବଳୟର ସକ୍ରିୟତା ଯୋଗୁ ପର୍ଯ୍ୟାପ୍ତ ମାତ୍ରାରେ ଜଳୀୟବାଷ୍ପ ଓଡିଶା ମଧ୍ୟକୁ ପ୍ରବେଶ କରୁଛି ।ଏହି ଜଳୀୟବାଷ୍ପ ଫଳରେ ରାଜ୍ୟରେ ଲାଗି ରହିଛି କାଳ ବୈଶାଖୀ ବର୍ଷା।ଏହି ବର୍ଷା ଆହୁରି  ପାଞ୍ଚଦିନ ପର୍ଯ୍ୟନ୍ତ ରହିବ।ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଗତ କିଛିଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି। ଆସନ୍ତା ମେ’ ୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଏପରି ପାଗ ଲାଗି ରହିବ। ଏଥିସହ କାଳବୈଶାଖୀ ଜନିତ ବର୍ଷା ଓ କୁଆପଥର ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ତେଣୁ  ବର୍ଷାକୁ ନେଇ ଯଦିଓ ତାତିରୁ ତ୍ରାହି ମିଳୁଛି କିନ୍ତୁ ଦିନର ତାପମାତ୍ରା ଲୋକଙ୍କୁ କଲବଲ କରୁଛି । ତେବେ କାଳବୈଶାଖୀ ବର୍ଷାର ସମ୍ଭାବନା କୁ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି  ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଘଡଘଡି ବର୍ଷା ସହ କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ୩୦ ରୁ ୪୦ ଡିଗ୍ରୀ ବହିବାର ସମ୍ଭାବନା ରହିଛି। ଏହାସହ ବର୍ଷା ପାଇଁ ୧୫ ଜିଲା ପାଇଁ ୟେଲୋ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହାସହ ୪ ଜିଲ୍ଲା  କୋରାପୁଟ ରାୟଗଡା ଗଜପତି ମୟୁଭଞ୍ଜ ର କୁଆପଥର  ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି ବିଭାଗ।

 

Leave A Reply

Your email address will not be published.