Jai Odisha
News

ଆଜି ୩୮୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ୩୮୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ|ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଏଏସ୍, ଓଏଫଏସ, ଓଟାସ, ଓପିଏସ୍ ବର୍ଗର ପ୍ରାୟ ୩୮୦ ଜଣଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ବାଣ୍ଟିବେ । ବୁଧବାର ଲୋକସେବା ଭବନର ସମ୍ମେଳନ କକ୍ଷରେ ସନ୍ଧ୍ୟା ସାଢ଼େ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ନିଯୁକ୍ତିପତ୍ର ବାଣ୍ଟିବା ସହିତ ନୂତନ ପ୍ରଶାସନିକ ଅଧିକାରୀଙ୍କୁ ଓଡ଼ିଶା ନିର୍ମାଣରେ ସାମିଲ ହେବାକୁ ବାର୍ତ୍ତା ଦେବେ। ନୂତନ ନିଯୁକ୍ତି ପାଇବାକୁ ଥିବା ଯୋଗ୍ୟ ବର୍ଗଙ୍କ ମଧ୍ୟରେ ୧୭୦ ଓଏଏସ୍ ଏବଂ ୧୦୧ ଓଏଫଏସ ରହିଛନ୍ତି।

Leave A Reply

Your email address will not be published.