Jai Odisha
News

ଆଜି ASO ପରୀକ୍ଷା ,୩ଟି ସିଟିଂରେ ପରୀକ୍ଷା

ଭୁବନେଶ୍ୱର,୨୭/୦୮: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ  ଆଜି  ଆସିଷ୍ଟାଣ୍ଟ୍‌ ସେକ୍ସନ୍ ଅଫିସର(Assistant Section Officer) ପରୀକ୍ଷା। ୩ଟି ସିଟିଂରେ ପରୀକ୍ଷା ହେବ। ସକାଳ ୯ଟାରୁ ୧୦ଟା ୩୦ ଯାଏ ଜେନେରାଲ ଆୱାରନେସ୍‌ ପରୀକ୍ଷା ହେବ। ସାଢ଼େ ୧୧ଟାରୁ  ଦିନ ୧ଟା ଯାଏ ରିଜନିଂ ଓ ମ୍ୟାଥମେଟିକ୍ସ ପରୀକ୍ଷା ହେବ। ସେହିପରି ଦିନ ୨ଟା ୩୦ରୁ ଅପରାହ୍ନ ୪ଟା ୩୦ ଯାଏ ଇଂରାଜୀ ଓ ଓଡ଼ିଆ ଭାଷା ପରୀକ୍ଷା ଅନୁଷ୍ଠିତ ହେବ।  ଭୁବନେଶ୍ୱରରେ ୧୨୯ଟି ପରୀକ୍ଷା କେନ୍ଦ୍ରରେ ୫୬ ହଜାର ୫୭୪ ଜଣ ଆଶାୟୀ ପରୀକ୍ଷା ଦେବେ । ସେହିପରି ଖୋର୍ଦ୍ଧା ସବଡିଭିଜନ୍‌ ଅଧୀନରେ ୧୦ କେନ୍ଦ୍ରରେ ମୋଟ୍‌ ୩୩୦୫ ଜଣ ଆଶାୟୀ ପରୀକ୍ଷା ଦେବେ । ପରୀକ୍ଷା ୩ଟି ସିଫ୍ଟରେ ହେବ । ପ୍ରଥମ ସିଫ୍ଟରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସାଧାରଣ ଜ୍ଞାନ ବିଷୟରେ ପରୀକ୍ଷା ହେବ । ଏହାପରେ ପୂର୍ବାହ୍ନ ୧୧ଟା ୩୦ରୁ ୧ଟା ପର୍ଯ୍ୟନ୍ତ ରିଜନିଂ ଓ ଗଣିତ ଏବଂ ଅପରାହ୍ନ ୨ଟା ୩୦ ମିନିଟରୁ ଅପରାହ୍ନ ୪ଟା ୩୦ ଯାଏ ଇଂରାଜୀ ଓ ଓଡ଼ିଆ ଭାଷାର ପରୀକ୍ଷା ହେବ ।   ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ, ସେସବୁ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି।

Leave A Reply

Your email address will not be published.