Jai Odisha
News

ଆଜ୍ଞାମାଳ ବିଜେ ପରେ ,ଦକ୍ଷିଣମୋଡ଼ ପାଇଁ ତିନି ରଥ ପ୍ରସ୍ତୁତ

ପୁରୀ ,୦୬।୦୭: ଆଜ୍ଞାମାଳ ବିଜେ ପରେ ,ଦକ୍ଷିଣମୋଡ଼ ପାଇଁ ତିନି ରଥ ପ୍ରସ୍ତୁତ| ଗୁଣ୍ଡିଚା ମନ୍ଦିରରେ ଦ୍ବିପହରର ଧୂପ ପରେ ରଥ ଦକ୍ଷିଣମୋଡ଼ ନିମନ୍ତେ ମହାପ୍ରଭୁଙ୍କ ଆଜ୍ଞା ମାଳ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ରଥ ଚକଡାକୁ ବିଜେ କରିବେ ।|ଦକ୍ଷିଣମୋଡ ପାଇଁ ଶରଧାବାଲିରେ ପ୍ରସ୍ତୁତ ହୋଇଛନ୍ତି ତିନିରଥ। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ସମ୍ମୁଖରେ ରହିଥିବା ତିନିରଥଙ୍କୁ ଦକ୍ଷିଣମୋଡ କରାଯାଇ ବୁଧବାର ନାକଚଣା ଦ୍ବାର ସମ୍ମୁଖକୁ ନିଆଯିବ। ଏହାକୁ ସୁଗମ କରିବା ପାଇଁ ବଡ଼ଦାଣ୍ଡରେ ବାଲି ପକାଯାଇଛି। ସପ୍ତମୀ ତିଥିରେ ରଥ ଦକ୍ଷିଣମୋଡ କରାଯିବା ବିଧି ରହିଛି। ବୁଧବାର ଶ୍ରୀଜୀଉଙ୍କ ସକାଳଧୂପ ଶେଷହେବା ପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ଧରି ତିନିଜଣ ପୂଜାପଣ୍ଡା ସେବକ ଶୋଭାଯାତ୍ରାରେ ରଥ ନିକଟକୁ ବିଜେ କରିବେ। ତିନିରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରାଯିବ। ଏହାପରେ ଘଣ୍ଟୁଆମାନେ ରଥ ଉପରକୁ ଯିବେ। ପର୍ଯ୍ୟାୟକ୍ରମେ ରଥ ଗୁଡିକୁ ଦକ୍ଷିଣମୋଡ କରାଯିବ।   ଘଣ୍ଟା କାହାଳୀ ବାଜେଣି ସହ ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବ । ତିନି ରଥ ନାକଚଣା ଦ୍ବାର ସାମ୍ନା ଶରଧାବାଲିରେ ବାହୁଡା ଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିବେ । ଏହା ପୂର୍ବରୁ ମଙ୍ଗଳବାର ତାଳଧ୍ବଜ ଓ ଦେବୀ ରଥର ମରାମତି ସରିଛି ।

 

Leave A Reply

Your email address will not be published.