Jai Odisha
News

ଆତ୍ମସମପଣ କଲା ଅମୃତପାଲ

ନୂଆଦିଲ୍ଲୀ,୨୩।୪ : ୱାରିସ ଦେ ପଞ୍ଜାବ ସଂଗଠନର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହଙ୍କ ଆତ୍ମସମର୍ପଣ । ଆଜି ପୋଲିସ ଆଗରେ ଆତ୍ମସମର୍ପଣ କରିଛି ଅମୃତପାଲ ସିଂହ । ମାର୍ଚ୍ଚ ୧୮ ତାରିଖରୁ ପୋଲିସକୁ ଲୁଚି ଏଣେତେଣେ ବୁଲୁଥିଲା ଅମୃତପାଲ । କିନ୍ତୁ ଆଜି ପଞ୍ଜାବର ମୋଗା ପୋଲିସ ନିକଟରେ ସେ ନିଜକୁ ଆତ୍ମସମର୍ପଣ କରିଛି । ଅନେକ ଚେଷ୍ଟା ପରେ ବି ପୋଲିସ ଖୋଜି ନ ପାଇବାରୁ ତାକୁ ପଳାତକ ବୋଲି ଘୋଷଣା କରିଥିଲା । ତେବେ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଆଜି ପୋଲିସ ନିକଟରେ ଆତ୍ମସମର୍ଥନ କରିବା ପରେ ପୋଲିସ ତାକୁ ଅଟକ ରଖିଛି । ଅନେକ ଅପରାଧିକ ମାମଲା ସହ ସମ୍ପୃକ୍ତ ଅମୃତପାଲକୁ ପୋଲିସ ନିଜ ହେପାଜତକୁ ନେଇଛି ।ଗିରଫ ପୂର୍ବରୁ ଅମୃତପାଲ ସିଂଙ୍କୁ ରୋଡେୱାଲା ଗୁରୁଦ୍ୱାରରେ ଦେଖିବାକୁ ମିଳିଥିଲା। ଏହା ପରେ ମୁକ୍ତସର ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲେ। ଏହି ଭିଡିଓ ରବିବାର ଭୋର ୪ ଟା ସମୟର ବୋଲି କୁହାଯାଉଛି। ମାର୍ଚ୍ଚ ୧୮ ଠାରୁ ସେ ଫେରାର ଥିଲେ। ତାଙ୍କ ସନ୍ଧାନରେ ଅନେକ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଇଥିଲା। ଉଲ୍ଲେଖନୀୟ କଥା ହେଉଛି, ଫେବୃଆରୀ ୨୩ ରେ ଅମୃତପାଲ ଏବଂ ତାଙ୍କ ସମର୍ଥକମାନେ ସହକର୍ମୀ ଲଭପ୍ରୀତ ତୁଫାନଙ୍କୁ ମୁକ୍ତ କରିବାକୁ ଦାବି କରି ଅଜନାଲା ପୋଲିସ ଷ୍ଟେଶନରେ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣ କରିଥିଲେ। ଏହି ଘଟଣାରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଅମୃତପାଲ ଗିରଫ ହେବା ପୂର୍ବରୁ ତାଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ପୋଲିସ ଅମୃତସର ବିମାନ ବନ୍ଦରରୁ ଗିରଫ କରିଥିଲା। କିରଣଦୀପ ଏୟାର ଇଣ୍ଡିଆ ବିମାନରେ ବର୍ମିଂହାମ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲେ। ଇମିଗ୍ରେଶନ ଅଧିକାରୀମାନେ ତାଙ୍କୁ ଯାତ୍ରା କରିବାକୁ ଅନୁମତି ଦେଇ ନ ଥିଲେ ଏବଂ ତାଙ୍କୁ ଗିରଫ କରିଥିଲେ।

Leave A Reply

Your email address will not be published.