Jai Odisha
News

ଆତ୍ମସର୍ମପଣ କଲେ ୧୫୦ ମିଲିସିଆ

ମାଲକାନଗିରି, ୨୨।୮ : ଭାଂଗିଲା ମାଓଗଡ଼।  ମାଲକାନଗିରି ଜିଲ୍ଲାର ବଡାପଡା ଥାନା ଅନ୍ତର୍ଗତ ରାଳେଗାଡ଼ା ଓ ଧୂଳିପୁଟ ପଞ୍ଚାୟତବାସୀ ନକ୍ସଲଙ୍କ ହାତ ଛାଡ଼ି ବିକାଶର ମୁଖ୍ୟ ସ୍ରୋତକୁ  ଫେରିଲେ ୧୫୦ ମିଲିସିଆ ।    ପୋଲିସ୍ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଆଉ କେବେ ବି ପଛକୁ ଫେରି ମାଓବାଦୀଙ୍କୁ ସହାୟତା କରିବେନି ଶପଥ   ନେଇଛନ୍ତି। ଏହି ଦୁଇ ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ । ଗୁରୁପ୍ରିୟା ସେତୁ ନିକଟରେ ଥିବା ପୋଲିସ୍ କ୍ୟାମ୍ପରେ ଆଜି ଏକ ମହାଆୟୋଜନ କରାଯାଇଥିଲା ।   ମାଲକାନଗିରି ପୋଲିସ ଓ ବିଏସଏଫ ଡିଆଇଜିଙ୍କ ନିକଟରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଲେଗାଡ଼ା ପଞ୍ଚାୟତର ୧୫୦ ରୁ ଉର୍ଦ୍ଧ ମିଲିସିଆ ଆତ୍ମସମର୍ପଣ  କରିଛନ୍ତି।  ନିଜ ଘରକୁ ବାହୁଡ଼ିଥିବାରୁ ତାଙ୍କୁ ସ୍ୱାଗତ କରିଥିଲେ ମାଲକାନଗିରି ଏସପି ଓ BSF ଡିଆଇଜିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ । ଆତ୍ମସମର୍ପଣ କରିବା ସହ ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭକୁ ଭାଙ୍ଗିବା ସହ ବିରୋଧ ସୂରୁପ ନକ୍ସଲଙ୍କ କୁଶପୁତ୍ତଳିକାକୁ ଦାହ କରିଛନ୍ତି ।  ପୂର୍ବରୁ ଏହି ସମର୍ଥକ ମାନେ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ । କିନ୍ତୁ ସ୍ୱାଭିମାନ   ଅଞ୍ଚଳରେ ଏକାଧିକ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଯବାନ ମାନଙ୍କ ଘନ ଘନ କମ୍ବିଂ  ଅପରେସନ କାରଣରୁ ମାଓବାଦୀଙ୍କ ଲାଲ ଗଡ ଭୁଶୁଡି ପଡିଛି।  ମାଲକାନଗିରି ଏସପି ନିତେଶ ୱାଧମାନି,  ବିଏସ ଏଫ ଡିଆଇଜି ଏସ.କେ ସିହ୍ନା, ଚିତ୍ରକୋଣ୍ଡା ଏସ୍ଡ଼ିପିଓ ଅଂଶୁମାନ ଦିବେଦିଙ୍କ ସହ ଚିତ୍ରକୋଣ୍ଡା ଓ ଯୋଡ଼ାଆମ୍ବ ଥାନା ଅଧିକାରୀ ସାମିଲ ଥିଲେ।  ମୁଖ୍ୟସ୍ରୋତକୁ ଫେରିଥିବାରୁ ପୋଲିସ୍ ଅଧିକାରୀ ବି ଏମାନଙ୍କୁ ସ୍ୱାଗତ କରିବା ସହ କିଛି ଉପହାର ବି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.