Jai Odisha
News

ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବେ ଅଧ୍ୟାପକ

ଭୁବନେଶ୍ବର,୨୮।୨:ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ଭାଗନେବେ ଆନ୍ଦୋଳନରତ ଅଧ୍ୟାପକ । ସରକାରଙ୍କ ସହ ଆଜି ୬୬୨ ବର୍ଗ ଅଧ୍ୟାପକ ସଂଘର ପ୍ରାରମ୍ଭିକ ଆଲୋଚନା ହୋଇଥିଲା । ଆଲୋଚନା ପରେ ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗନେବାକୁ ଅଧ୍ୟାପକ ମାନେ ନିଷ୍ପତ୍ତି ନେଇଛନ୍ତି । ଯୁକ୍ତ ଦୁଇ ପରୀକ୍ଷାରେ ସାମିଲ ହେବେ ଅଧ୍ୟାପକ । ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବେ । ଅଧ୍ୟାପକ ଓ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଶେଷ ହୋଇଛି । ପରୀକ୍ଷାରେ ସର୍ତ୍ତମୂଳକ ଭାବେ ଯୋଗ ଦେବେ ଅଧ୍ୟାପକ । ସର୍ତ୍ତମୂଳକ ଭାବେ +୨ ପରୀକ୍ଷାରେ କାଲିଠୁ ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ । ୧୨ ତାରିଖ ପର୍ଯ୍ୟନ୍ତ ସରକାର ମାଗିଛନ୍ତି ସମୟ । ବୈଠକରେ ଉପସ୍ଥିତ ଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ । ତେବେ ଦାବି ପୂରଣ ନହେବା ଯାଏଁ ପ୍ରତୀକାତ୍ମକ ଆନ୍ଦୋଳନ ଚାଲୁ ରଖିବାକୁ ସଂଘ ଘୋଷଣା କରିଛି । ଆନ୍ଦୋଳନରତ ଅଧ୍ୟାପକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କୁ ଭେଟିଥିଲା । ଏହି ସମୟରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଦ୍ୱାରା ପୁଙ୍ଖାନୁପୁଙ୍ଖ ଭାବେ ଦାବି ଗୁଡ଼ିକ ସମ୍ପର୍କରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଓ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା । ସମାନ ଗ୍ରେଡକୁ ସମାନ ଦରମା, ସପ୍ତମ ବେତନ କମିଶନ ଲାଗୁ, ପେନସନ ଲାଗୁ ଭଳି ୪ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଶିକ୍ଷକ ସଂଘ । ଯୁକ୍ତ ୨ ପରୀକ୍ଷାରେ ପାଖାପାଖି ୭୦ ପ୍ରତିଶତ ସେଣ୍ଟର ୬୬୨ ବର୍ଗ କଲେଜରେ ହିଁ ହେଉଛି ।

Leave A Reply

Your email address will not be published.