Jai Odisha
News

ଆପାର୍ଟମେଣ୍ଟ ସୁରକ୍ଷା ନେଇ କମିଶନରେଟ ପୋଲିସର ବୈଠକ

ଆପାର୍ଟମେଣ୍ଟ ଚୋରି ରୋକିବାକୁ ଆଲର୍ଟ

ଭୁବନେଶ୍ୱର : ଭୁବନେଶ୍ୱର ଆପାର୍ଟମେଣ୍ଟ ଲୁଟ ଘଟଣା. ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହ ପୋଲିସର ବୈଠକ.ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ. କେମିତି ଲୁଟ ହେଉଛି ଆପାର୍ଟମେଣ୍ଟ ବୈଠକରେ ଆଲୋଚନା. କଣ କଲେ ଘର ସୁରକ୍ଷିତ ରହିବ ସେନେଇ ଆପାର୍ଟମେଣ୍ଟ ବାସୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର.ଗତ 6 ମାସ ଭିତରେ ରାଜଧାନୀର ପାଖାପାଖି 30 ଟି ଆପାର୍ଟମେଂଟ ର 55 ଟି ଫ୍ଲାଟରେ କଳା କନା ବୁଲାଇ ସାରିଲେଣି ଲୁଟେରା.ଆପର୍ଟମେଣ୍ଟ ଲୁଟକୁ ରୋକିବାକୁ ଏକ ଆଡଭାଇଯାରି ପ୍ରସ୍ତୁତ କରୁଛି ପୋଲିସ। ସୁରକ୍ଷା ବ୍ୟବସ୍ଥା କୁ କିଭଳି ମଜବୁତ୍ କରିହେବ ତାକୁ ନେଇ ବୈଠକରେ ଆଲୋଚନା ହେଇଛି। ଆପର୍ଟମେଣ୍ଟ ରେ ଭଲ କ୍ୱାଲିଟି ର ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି। ଖରାପ କ୍ୱାଲିଟି କ୍ୟାମେରା ଲଗାଇଲେ ଭଲ ଫୋଟୋ ଆସିପାରୁନାହିଁ,ଯାହା ଫଳରେ ଲୁଟେରା ଚିହ୍ନଟ ହୋଇପାରୁନାହାନ୍ତି,ଏଥିସହ ପାରିପାର୍ଶ୍ବିକ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେବାକୁ କହିଛନ୍ତି। ଉଚ୍ଚ ପାଚେରୀ କରିବା ସହ ପାଚେରୀ ଉପରେ ତୀକ୍ଷଣ ଲୁହା ଫ୍ରେମ ଲଗାଇବାକୁ ଅନୁରୋଧ କରିଛନ୍ତି।ଏଥିସହ ଆପାର୍ଟମେଂଟ ରେ ପର୍ଯ୍ୟାପ୍ତ ତାଲିମ ପ୍ରାପ୍ତ ସିକ୍ୟୁରିଟୀ ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ ରଖିବାକୁ କୁହାଯାଇଛି। ଟେକ୍ନୋଲୋଜି ର ବ୍ୟବହାର ପାଇଁ ଗୁରୁତ୍ୱ ଦେଇଛନ୍ତି ସଂଜୀବ ପଣ୍ଡା, ବିଭିନ୍ନ ଅତ୍ୟାଧୁନିକ ମୋସନ୍ ଡିଟେକ୍ଟର ଫ୍ଲାଟରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି, ନିକଟସ୍ଥ ଥାନା ନମ୍ୱର୍ ସିକ୍ୟୁରିଟି ଗାର୍ଡ ପାଖରେ ରହିବା ଆବଶ୍ୟକ। ଲୁଟ ହେଲେ ତୁରନ୍ତ ଥାନାକୁ ଯୋଗାଯୋଗ କରିବେ ଗାର୍ଡ। ପ୍ରତି ଫ୍ଲାଟରେ ଆଇପି କ୍ୟାମେରା ଲଗାଇବାକୁ ଅନୁରୋଧ କରାଯାଇଛି, ଘର ଛାଡ଼ି ଗଲେ କିଏ ଆସିଛି ଯାଇଛି ଆଇପି କ୍ୟାମେରା ସାହାଯ୍ୟରେ ଲାଇଭ ଜାଣିପାରିବେ ଓନର.

Leave A Reply

Your email address will not be published.