Jai Odisha
News

ଆଫଗାନିସ୍ତାନର କାବୁଲରେ ବୋମା ବିସ୍ଫୋରଣ,୨୦ ମୃତ

କାବୁଲ, ୧୮/୦୮: ଆଫଗାନିସ୍ତାନର କାବୁଲରେ ବୋମା ବିସ୍ଫୋରଣ ହୋଇଛି । ଏହି ବୋମା ବିସ୍ଫୋରଣ ଏକ ମସଜିଦରେ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି, ଯେଉଁଥିରେ କି ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୦ ଲୋକ ଆହତ ଥିବା ଜଣାପଡ଼ିଛି । କାବୁଲର ଜରୁରୀକାଳୀନ ହସ୍‌ପିଟାଲରେ ୨୭ ଜଣଙ୍କୁ ଭର୍ତ୍ତି କରାଯାଇଛି, ଯେଉଁଥରେ ୫ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି ।  ବୋମା ବିସ୍ଫୋରଣ ହୋଇଥିବା ସ୍ଥାନକୁ ତାଲିବାନ ସୁରକ୍ଷାକର୍ମୀମାନେ ଘେରାବନ୍ଦି କରିଛନ୍ତି । ଆହତମାନଙ୍କୁ ଭିନ୍ନ ଭିନ୍ନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, କାବୁଲ ସହରର ସର-ଏ-କୋଟଲା ଖୈରଖାନରେ ଏହି ବୋମା ବିସ୍ଫୋରଣ ହୋଇଛି । କାବୁଲର ସୁରକ୍ଷା ବିଭାଗ ଖାଲିଦ ଜରଦାନ ଏହି ବିସ୍ଫୋରଣ ନେଇ ସ୍ପଷ୍ଟ କରିଛନ୍ତି ।

 

Leave A Reply

Your email address will not be published.