Jai Odisha
News

ଆମେରିକାରେ ଗୁଳିମାଡ; ୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୦୨/୦୬: ଆମେରିକାରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ବୁଧବାର ଦିନ ଓକ୍ଲାହୋମା ଅନ୍ତର୍ଗତ ଟୁଲ୍‌ସାସ୍ଥିତ ଏକ ଡାକ୍ତରଖାନା ଅଟ୍ଟାଳିକା ମଧ୍ୟରେ ରାଇଫଲ୍‌ ଓ ପିସ୍ତଲ୍‌ ଧରିଥିବା ଜଣେ ବ୍ୟକ୍ତି ଗୁଳି ଚଳାଇବାରୁ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଗୁଳି ଚଳାଇଥିବା ଆତତାୟୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥବା କଥା ପୁଲିସ ସୂଚନା ଦେଇଛି।  ଟଲ୍‌ସା ପୁଲିସ କହିଛି, ସେଣ୍ଟ୍‌ ଫ୍ରାନ୍‌ସିସ୍‌ ହସ୍ପିଟାଲ୍‌ କ୍ୟାମ୍ପସ୍‌ରେ ଥିବା ନାଟେଲାଇ ଅଟ୍ଟାଳିକାରେ ଗୁଳିକାଣ୍ଡ ଚାଲିଥିବା ବେଳେ ଗୁଳି ଚାଳନାକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ଓକଲାହୋମାର ଟୁଲସାରେ ଥିବା ଏକ ହସ୍ପିଟାଲର ବିଲଡିଂରେ ଜଣେ ଆତତାୟୀ ପଶି ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ପ୍ରମାଣ ନଷ୍ଟ କରିବାକୁ ଯାଇ ନିଜକୁ ମଧ୍ୟ ଗୁଳିକରିଦେଇଥିଲା ଆତତାୟୀ। ତେବେ କେଉଁ କାରଣରୁ ଦୁର୍ବୃତ୍ତ ଜଣକ ଗୁଳିମାଡ କରିଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମରେ ମଧ୍ୟ ସହାୟତା ନିଆଯାଇଛି ।

 

Leave A Reply

Your email address will not be published.