Jai Odisha
News

ଆମେରିକାରେ ଗୁଳି ଫୁଟି ୩ମୃତ

ନ୍ୟୁୟର୍କ,୧୫/୧୧: ଆମେରିକାରେ ପୁଣି ଥରେ ଆଖିବୁଜା ଗୁଳି ବିନିମୟ ହୋଇଛି   ।ଆମେରିକାର ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ, କିଛି ଲୋକ ଆହତ ହୋଇଥିବା ମଧ୍ୟ କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ହୋଇଛି । ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।  ଆକ୍ରମଣକାରୀ ଏପର୍ଯ୍ୟନ୍ତ ଧରାପଡିନାହିଁ । ୟୁଭିଏ ଜରୁରୀକାଳୀନ ପରିଚାଳନା ଟ୍ୱିଟ୍ କରି କହିଛି ଯେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସକୁ ବନ୍ଦ କରିଦିଆଯାଇଛି ଏବଂ ପୋଲିସ ଏବଂ ହେଲିକପ୍ଟର ମାଧ୍ୟମରେ ସୁଟରକୁ ଖୋଜା ଚାଲିଛି ।ଏଥି ସହିତ ୟୁଭିଏ ସଭାପତି ଜିମ ରିଆନ କହିଛନ୍ତି ଯେ, ସନ୍ଦିଗ୍ଧ ଆକ୍ରମଣକାରୀ ହେଉଛନ୍ତି ବିଶ୍ୱବିଦ୍ୟାଳୟର ଛାତ୍ର ଖ୍ରୀଷ୍ଟୋଫର ଡାର୍ନେଲ ଜୋନ୍ସ । ଖ୍ରୀଷ୍ଟୋଫର୍ ଡାର୍ନେଲ ଜୋନ୍ସଙ୍କୁ ଖୋଜା ଚାଲିଛି ବୋଲି ୟୁଭିଏ ପୋଲିସ ବିଭାଗ ଟ୍ୱିଟ କରିଛି । ଏଥିପାଇଁ ପୋଲିସ ତାଙ୍କ ଫଟୋ ଛାଡି ଜୋନ୍ସଙ୍କୁ ଖୋଜା ଚାଲିଥିବା କହିଛି । ଏଥି ସହ ଅନେକ ପୋଲିସ ଟିମ୍ ତାକୁ ଖୋଜୁଛନ୍ତି । ସେ ୟୁଭିଏ ଫୁଟବଲ ଦଳର ପୂର୍ବତନ ଖେଳାଳି ମଧ୍ୟ ରହିଛନ୍ତି ।

Leave A Reply

Your email address will not be published.