Jai Odisha
News

ଆମେରିକାରେ ତୁଷାର ଝଡ; ୩୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୬।୧୨: ଆମେରିକାର ବିଭିନ୍ନ ଅଞ୍ଚଳରେ ତୁଷାର ଝଡ଼ରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଥଣ୍ଡାରେ ମୃତ୍ୟୁ ସହ ତୁଷାରପାତ ପାଇଁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବଢୁଛି। ତୁଷାରପାତ ପାଇଁ ବୁଫାଲୋ ସମେତ ବହୁ ଅଞ୍ଚଳରେ ବିଦ୍ୟୁତ ସରୋବହରାହ ବନ୍ଦ ରହିଛି। ବୁଫାଲୋ ବିମାନବନ୍ଦରରେ ୪୩ଇଞ୍ଚର ବରଫ ଆସ୍ତରଣ, ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆମେରିକାର ବୁଫାଲୋ ଅଞ୍ଚଳରେ ହୋଇଥିବା ତୁଷାର ଝଡରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି । ସେଠାରେ ବର୍ତ୍ତମାନର ତାପମାତ୍ରା -୪୫ ଡିଗ୍ରୀ ଥିବା ବେଳେ ଥଣ୍ଡାରେ ଲୋକଙ୍କର ମୃତ୍ୟୁ ହେଉଛି । ଏଥିସହିତ ଏହି ଝଡ କାରଣରୁ ସଡକ ଦୁର୍ଘଟଣା ମଧ୍ୟ ଘଟୁଛି , ଯାହାଫଳରେ ସେଠାରେ ମୃତ୍ୟୁ ସଂଖ୍ୟା ୧୮ରୁ ବୃଦ୍ଧି ପାଇ ୩୧ରେ ପହଞ୍ଚିଛି । ତେବେ ବୁଫାଲୋରେ ହୋଇଥିବା ଏହି ତୁଷାର ଝଡ ପାଇଁ ବହୁ ଅଞ୍ଚଳ ପ୍ରଭାବିତ ହେବା ସହ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଛି । ଫଳ୍େର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ବୁଫାଲୋ ସହରରେ ହୋଇଥିବା ତୁଷାର ଝଡ କାରଣରୁ ସେଠାରେ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି । ଏତତ୍ ବ୍ୟତୀତ ସେଠାକାର ରାସ୍ତାରେ ଆଠ ଫୁଟର ବରଫ ଆସ୍ତରଣ ରହିବା ସହ ବୁଫାଲୋ ବିମାନବନ୍ଦରରେ ୪୩ ଇଞ୍ଚର ବରଫ ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ଯାତାୟତ ଠପ୍ ହୋଇଯାଇଛି । ଅନ୍ୟପକ୍ଷେ ଏହି ଝଡ କାରଣରୁ ପାଖାପାଖି ୨ କୋଟିରୁ ଅଧ୍କ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ସେଠାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ତେବେ ଆମେରିକାର ୯ଟି ରାଜ୍ୟରେ ଏହି ତୁଷାର ଝଡ ହେବା କାରଣରୁ ୩୧ ଜମଙ୍କ ମୃତ୍ୟୁ ହୋଇଛି । ଆମେରିକାରର କଲରାଡୋରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନ୍ୟୁୟର୍କରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହିତ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆକଳନ କରାଯାଉଛି । ଯାହାକୁ ନେଇ ଅଧିକାରୀମାନେ ଲୋକଙ୍କୁ ଚେତାବନି ଦେବା ସହ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି ।

Leave A Reply

Your email address will not be published.