Jai Odisha
News

ଆମେରିକାରେ ସ୍କୁଲରେ ଗୁଳିମାଡ଼: ୨୧ ଛାତ୍ରଛାତ୍ରୀ ମୃତ

ନୂଆଦିଲ୍ଲୀ, ୨୫।୦୫: ଆମେରିକା ଟେକ୍ସାସରେ   ଗୁଳିକାଣ୍ଡ। ସେଠାରେ ମଙ୍ଗଳବାର ସକାଳେ ଏକ ପ୍ରାଥମିକ ବିଦ୍ୟାଳୟରେ ୧୮ ବର୍ଷୀୟ ଯୁବକ ଆଖି ବୁଜା ଫାୟାରିଂ କରିଛି। ଆମେରିକା ଟେକ୍ସାସ୍‌ରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ। ଗୁଳିକାଣ୍ଡରେ ୨୧ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଟେକ୍ସାସ୍‌ରେ ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ହୋଇଛି। ଜଣେ ୧୮ ବର୍ଷୀୟ ଯୁବକର ଗୁଳିମାଡ଼ରେ ୨୧ ଜଣ ଛାତ୍ରଛାତ୍ରୀ ଏବଂ ୨ ଶିକ୍ଷକଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତ ଛାତ୍ରଛାତ୍ରୀ ୭ରୁ ୧୦ ବର୍ଷର ହୋଇଥିବା ଜଣାପଡିଛି।ଏ ନେଇ ଟେକ୍ସାସ୍ ଗଭର୍ଣ୍ଣର ସୂଚନା ଦେଇଛନ୍ତି ପୋଲିସର କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ଯୁବକର ମଧ୍ୟ ମୃତ୍ୟୁ ହୋଇଛି।  ଏଥିସହ ଗୁଳିକାଣ୍ଡ ଘଟାଇଥିବା ଆକ୍ରମଣକାରୀଙ୍କୁ ମଧ୍ୟ ପୁଲିସ ଗୁଳି କରି ହତ୍ୟା କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିଛନ୍ତି। ସେ ପ୍ରତିକ୍ରିୟାରେ କହିଛନ୍ତି ଯେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ମାନାର୍ଥେ ଆମେରିକାର ସମସ୍ତ ଦୂତାବାସ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ସମେତ ସମସ୍ତ ସାମରିକ ଓ ନୌସେନା ଜାହାଜ, ଷ୍ଟେସନରେ ମେ ୨୮ ଯାଏ ପତାକା ଅର୍ଦ୍ଧ ନୁହାଁଇବାକୁ ଘୋଷଣା କରିଛନ୍ତି।

Leave A Reply

Your email address will not be published.