Jai Odisha
News

ଆରଆରବି ଏନ୍‌ଟିପିସି ଛାତ୍ର ଆନ୍ଦୋଳନ,ଆଜି ବିହାରକୁ ବନ୍ଦ ରଖିବା ପାଇଁ ଛାତ୍ରମାନଙ୍କ ଘୋଷଣା

ନୂଆଦିଲ୍ଲୀ ୨୮/୦୧: ଆରଆରବି ଏନ୍‌ଟିପିସି ଛାତ୍ର ଆନ୍ଦୋଳନ,ଆଜି ବିହାରକୁ ବନ୍ଦ ରଖିବା ପାଇଁ ଛାତ୍ରମାନଙ୍କ ଘୋଷଣା | ଆରଆରବି ଏନ୍‌ଟିପିସି ରେଜଲ୍ଟକୁ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଦିନକୁ ଦିନ ଅଧିକ ଉତ୍ତେଜନା ଦେଖାଯାଇଛି। ବିହାର ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଚୟନ ପ୍ରକ୍ରିୟାକୁ ନେଇ ବିରୋଧ-ପ୍ରଦର୍ଶନ ଚାଲିଛି। ଆଜି ବିହାରକୁ ବନ୍ଦ ରଖିବା ପାଇଁ ଛାତ୍ରମାନେ ଘୋଷଣା କରିଥିବା ବେଳେ ଉତ୍ତର ପ୍ରଦେଶରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। କିଛି ଦିନ ପୂର୍ବରୁ ପ୍ରୟାଗରାଜ ଠାରେ ଛାତ୍ରମାନେ ବଡ଼ ବିରୋଧ ପ୍ରଦର୍ଶନ କରିଥିଲେ। ରେଳଧାରଣା ଆଗରେ ଦୀଘ ସମୟ ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ପୋଲିସ ବଳ ଡାକିବାକୁ ପଡ଼ିଥିଲା। ଲାଠିଚାର୍ଜ ମଧ୍ୟ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଥିଲା। ବିହାରରେ ଆନ୍ଦୋଳନ ଘୋଷଣା ହେବା ପରେ ଡିଜିପି ସମସ୍ତ ଏସ୍‌ପି ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏଲଆଇୟୁ ଓ ଜିଲ୍ଲାର ସର୍ଭିଲାନ୍ସ ଟିମ୍‌କୁ ମଧ୍ୟ ସକ୍ରିୟ କରିଦିଆଯାଇଛି। ଶାନ୍ତି ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ହୋଇଛି।  ବିହାରରେ ଗତ ୫ ଦିନ ହେବ ଭିନ୍ନ ଭିନ୍ନ ସ୍ଥାନରେ ଟ୍ରେନ୍‌ ରୋକ କରାଯାଇଛି। ଛାତ୍ରମାନେ ରେଳଧାରଣାରେ ଟ୍ରେନ୍‌ ଅଟକାଇଛନ୍ତି। ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ଛାତ୍ରମାନେ ଟ୍ରେନ୍‌ରେ ନିଆଁ ଲଗାଇଛନ୍ତି। ଏହାରି ଭିତରେ ଚର୍ଚ୍ଚିତ ଖାନ୍‌ ସାରଙ୍କ ସମେତ ଏକାଧିକ ସଂସ୍ଥାର ମାଲିକ ଓ ୪୦୦ରୁ ଅଧିକ ଲୋକଙ୍କ ବିରୋଧରେ ପାଟନାରେ ମାମଲା ରୁଜୁ କରାଯାଇଛି।

 

Leave A Reply

Your email address will not be published.