Jai Odisha
News

ଆରପାରିରେ ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓ

ଖଲ୍ଲିକୋଟ ରାଣୀଙ୍କ ପରଲୋକ

ବ୍ରହ୍ମପୁର : ଆଉ ନାହାନ୍ତି ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି ସୁଜ୍ଞାନ କୁମାରୀ ଦେଓ। ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା।  ଦୀର୍ଘ ଦିନ ହେଲା ସ୍ବାସ୍ଥ୍ୟ ଗତ ସମସ୍ୟା କାରଣରୁ ସେ ଚେନ୍ନାଇରେ ରହି ଆସୁଥିଲେ । କିଛି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥଲେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ପହଞ୍ଚି ରାଣୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝି ଫେରିଥିଲେ । ରାଣୀ ଭି ସୁଜ୍ଞାନୀ କୁମାରୀ ଦେଓ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଣୀଙ୍କ ବିୟୋଗରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ଆଠ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ବେଳେ ଦୁଇ ଥର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ମାତ୍ର 26 ବର୍ଷ ବୟସରେ 1963 ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ. ପ୍ରଥମେ ଉତ୍କଳ କଂଗ୍ରେସ ପରେ ଜନତା ଦଳ ଆଉ ବର୍ତ୍ତମାନ ବିଜୁ ଜନତା ଦଳରେ ସେ ସଦସ୍ୟା ରହିଥଲେ ।

Leave A Reply

Your email address will not be published.