Jai Odisha
News

ଆସନ୍ତାକାଲିଠୁ ରାଜ୍ୟରେ ସମସ୍ତ ସରକାରୀ ଆଉ ବେସରକାରୀ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୦।୪:  ଆସନ୍ତାକାଲିଠୁ  ଠାରୁ ରାଜ୍ୟରେ ସମସ୍ତ ସରକାରୀ ଆଉ ବେସରକାରୀ ସ୍କୁଲ ବନ୍ଦ ହେଇ ଘୋଷଣା କରାଯାଇଛି । ରାଜ୍ୟରେ ବଢୁଥିବା ଖରାକୁ ଦେଖି ରାଜ୍ୟରେ ଖରା ଛୁଟି ଘୋଷଣା ହେଇଛି । ତେବେ ଏହାପୂର୍ବରୁ ବଢୁଥିବା ତାତି ପାଇଁ ଦୁଇ ଦିନ ଛୁଟି ଘୋଷଣା ହେଇଥିଲା । ଯାହା ପରେ କାଲି ଠାରୁ ସ୍କୁଲ ଖୋଲି ଥାଆନ୍ତା । କିନ୍ତୁ ବଢୁଥିବା ଖରା ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ପ୍ରଥମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ । ସୂଚନାମୁତାବକ ସାରା ରାଜ୍ୟରେ ପ୍ରଚଣ୍ଡ ଖରାର ପ୍ରକୋପ ବଢିବାରେ ଲାଗିଛି । ବାରିପଦା, ଝାରସୁଗୁଡା ସମେତ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଦିନର ତାପମାତ୍ରା ରାଜ୍ୟବାସୀଙ୍କୁ କଲବଲ କରୁଛି । ତେଣୁ ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ପାଇଁ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଠାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।  ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ରହିବ । ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ସମସ୍ତ ଅଙ୍ଗନୱାଡି ମଧ୍ୟ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଏପ୍ରିଲ ୧୮ ରୁ ୨୦ ଏବଂ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ । ତେବେ ୧୭ ତାରିଖରୁ ବର୍ଷା ହେବାର ଆଶା କରାଯାଉଥିବାରୁ ସ୍କୁଲ ଖୋଲିଥିଲା କିନ୍ତୁ ରାଜ୍ୟରେ ଏଯାଏଁ ବର୍ଷା ଦେଖିବାକୁ ମିଳୁନାହିଁ । କିନ୍ତୁ ଗ୍ରୀଷ୍ମପ୍ରବାହ ବଢିବାରୁ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର୍‌ କରିଛିା ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛିା

Leave A Reply

Your email address will not be published.