Jai Odisha
News

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଯୁବା ବାସ୍କେଟ ବଲ ଟୁର୍ନାମେଣ୍ଟ

ଭୁବନେଶ୍ୱରରେ ବାସ୍କେଟ ବଲ ଟୁର୍ନାମେଣ୍ଟ

ଭୁବନେଶ୍ୱର : ଫେବୃଆରୀ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଯୁବା ବାସ୍କେଟ ବଲ ଓପନ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ୧୨ ଟି ଦଳ ଅଂଶଗ୍ରହଣ କରିବେ। ୧୨ ଟି ଦଳକୁ ୪ ଗୃପରେ ଭାଗ କରାଯାଇଛି। ଏଥିରେ ରାଜ୍ୟ ବାହାରର ୬ଟି ଦଳ ସାମିଲ ହେଇଛନ୍ତି। ହାଇଦ୍ରାବାଦ, ଝାରଖଣ୍ଡ , ଛତିଶଗଡ, ରାଞ୍ଚି , ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟର ଖେଳାଳି ଏଥିରେ ଯୋଗ ଦେବେ। ଏହି ପ୍ରତିଯୋଗିତାରେ ଚାମ୍ପିୟାନ ଦଳ ପାଇଁ ୩୫ ହଜାର, ରନର୍ସ ଅଫ୍ ୧୫ ହଜାର ଓ ଦ୍ବିତୀୟ ରନର୍ସ ଅଫ୍ ପାଇଁ ୭ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ଖେଳି ପ୍ରଶାନ୍ତ କୁମାର ବେହେରା, ଆଦର୍ଶ ପଟ୍ଟନାୟକ, ଓମ୍ ସ୍ତିତ ପ୍ରଜ୍ଞା, କେ ବିବେକ, ସୋମନାଥ ପାତ୍ର, ଭାଗିରଥି ଗୌତମ, ଅଭିଜିତ ମହାପାତ୍ର ଖେଳାଳି ଭାରତକୁ ପ୍ରତିନିଧିତ୍ଵ କରି ସାରିଛନ୍ତି। ସହିଦ ନଗରରେ ଥିବା ଇମ୍ଫା ପାର୍କରେ ଏହି ପ୍ରତିଯୋଗିତା ଖେଳାଯିବ।

Leave A Reply

Your email address will not be published.