Jai Odisha
News

ଆସନ୍ତାକାଲି ବସିବ ବୈଠକ,ଖୋଲିପାରେ ଶ୍ରୀମନ୍ଦିର

ପୁରୀ ୨୭/୦୧: ଆସନ୍ତାକାଲି ବସିବ ବୈଠକ,ଖୋଲିପାରେ ଶ୍ରୀମନ୍ଦିର|ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ସେବାୟତ ନିଯୋଗର ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । କୋଭିଡ ତୃତୀୟ ଲହର ତଥା ଓମିକ୍ରନକୁ ଦୃଷ୍ଟିରେ ରଖି ଜାନୁୟାରୀ ଶେଷ ଯାଏଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । କେବଳ ବାହାରେ ପରିତପାବନ ଦର୍ଶନ କରିବାକୁ ଅନୁମତି ଥିଲା । ଏବେ ଖୁବଶୀଘ୍ର ମନ୍ଦିର ଖୋଲିବା ନେଇ ବିଚାର ବିମର୍ଷ ଚାଲିଛି ।

Leave A Reply

Your email address will not be published.