Jai Odisha
News

ଆସନ୍ତା କାଲି ଗୋଟିଏ ସରଳରେଖାରେ ଦେଖାଯିବେ ବୃହସ୍ପତି ଓ ଶୁକ୍ର

ଭୁବନେଶ୍ବର,୨୮।୨: ଆସନ୍ତା କାଲି ଗୋଟିଏ ସରଳରେଖାରେ ଦେଖାଯିବେ ବୃହସ୍ପତି ଓ ଶୁକ୍ର। ପଶ୍ଚିମ ଦିଗରେ ସ୍ପଷ୍ଟ ଦୃଶ୍ୟମାନ ହେବ ଦୁଇ ଗ୍ରହଙ୍କ ମିଳନର ବିରଳ ଦୃଶ୍ୟ। ପ୍ରାୟ ଦେଢଘଣ୍ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଦୁଇ ଗ୍ରହ ସମାନ୍ତରାଳ ଭାବେ ରହିବାକୁ ଥିବା ବେଳେ ଏହାକୁ ଖାଲି ଆଖିରେ ମଧ୍ୟ ଦେଖିହେବ। ଦୀର୍ଘ ଏକ ବର୍ଷ ପରେ ମାର୍ଚ୍ଚ ୧ତାରିଖରେ ଏଭଳି ଦୃଶ୍ୟ ଦେଖାଯିବ ବୋଲି ଆକଳନ କରିଛି ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା। ବିଶେଷତଃ ସୂର୍ଯ୍ୟଙ୍କ ଚାରିପଟେ ଘୂରିବାକୁ ବୁଧକୁ ୮୮ଦିନ ଲାଗୁଥିବା ବେଳେ ଶୁକ୍ର ୨୪୧, ପୃଥିବୀକୁ ୩୬୫ ଦିନ ଲାଗୁଥିବା ବେଳେ ବୃହସ୍ପତିକୁ ୧୧ବର୍ଷ ଏବଂ ଶନି ଗ୍ରହକୁ ଲାଗିଥାଏ ୨୯ବର୍ଷ ସମୟ ଲାଗିଥାଏ। ଧୀରେ ଧୀରେ ବୃହସ୍ପତି ଗ୍ରହ ତଳକୁ ଏବଂ ଶୁକ୍ର ଗ୍ରହ ଉପରକୁ ଗତି କରୁଛି। ମାର୍ଚ୍ଚ ୧ରେ ଦୁଇଟି ଯାକ ଗ୍ରହ ଅତି ପାଖାପାଖି ହୋଇଯିବେ। ଓଡିଶାରେ ଏହି ଜାଗତିକ ଦୃଶ୍ୟ ଦେଖାଯିବ। ସୂର୍ଯ୍ୟାସ୍ତ ପରେ ପ୍ରାୟ ୧ ଘଣ୍ଟା ଖାଲି ଆଖିରେ ଏହାକୁ ଦେଖିପାରିବେ ବୋଲି କହିଛନ୍ତି ମହାକାଶ ବିଜ୍ଞାନୀ। ବୃହସ୍ପତି ଓ ଶୁକ୍ର ଗ୍ରହର ମିଳନ ମାନବ ସମାଜ ପାଇଁ ବେଶ ଶୁଭଫଳ ପ୍ରଦାନ କରିବ ବୋଲି ଜ୍ୟୋତିଷ ମାନେ ମତ ଦେଇଛନ୍ତି। ଏହି ଦୁଇ ଗ୍ରହ ପଣ୍ଡିତ କାରକ ହୋଇଥିବା କାରଣରୁ ଏମାନେ ଏକ ସରଳରେଖାରେ ରହିବା ସମୟରେ ପ୍ରକୃତି, ଜୀବଜଗତ, ମଣିଷ ସମାଜ ଉପରେ ଏହାର ଭଲ ପ୍ରଭାବ ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହାକୁ ଦର୍ଶନ କରିବା ଦ୍ବାରା ବ୍ୟକ୍ତି ବିଶେଷ ମାନଙ୍କୁ ଶୁଭଫଳ ମଧ୍ୟ ପ୍ରାପ୍ତ ହେବ। କୃଷି, ଶିକ୍ଷା, ରୋଜଗାର କ୍ଷେତ୍ରରେ ମଧ୍ୟ ଏହାର ସୁପ୍ରଭାବ ପଡିବ। ତେଣୁ ବିନା କୌଣସି ବାରଣରେ ଏହା ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତ କରିବାକୁ ମତ ଦେଇଛନ୍ତି ଜ୍ୟୋତିର୍ବିଦ।

Leave A Reply

Your email address will not be published.