Jai Odisha
News

ଆସନ୍ତା କାଲି ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଭଦ୍ରକ ,୫/୧୧: ଭଦ୍ରକ ଆସନ୍ତାକାଲି ଧାମନଗର ଉପ ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ। ସକାଳ 8 ଟାରୁ ଏହି ଭୋଟ ଗଣତି ଆରମ୍ଭ ହେବ ଏଥିପାଇଁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ।  ମୋଟ 252 ଗୋଟି ବୁଥ୍ ର ଭୋଟ ଗଣତି ହେବ। ଏଥିପାଇଁ ମୋଟ 14 ଗୋଟି ଟେବୁଲ ରେ ଭୋଟ ଗଣତି ପ୍ରକିୟା କରାଯିବ। ଶେଷ ହୋଇଯାଇଛି ଧାମନଗର ଉପ ନିର୍ବାଚନ । ମୋଟ ୬୮.୮୯% ମତଦାନ ହୋଇଛି । ଆସନ୍ତା କାଲି ସକାଳ ୮ଟା ବେଳେ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ସେଥିନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ ରହୁଥିବା ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ଵ୍ୟଵସ୍ଥା ଗ୍ରହଣ କରାଯାଇଛି । ଇନର କର୍ଡନକୁ ସିଆରପିଏଫ ର ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମିଡିଲ କର୍ଡନକୁ ଷ୍ଟେଟ ଆର୍ମ ଫୋର୍ସର ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ସେହିପରି ବାହ୍ୟ ବଳୟକୁ ଜିଲ୍ଲା ପୋଲିସର ଏକ ପ୍ଲାଟୁନ ଫୋର୍ସ ଜଗିଛନ୍ତି । ୧୪ଟି ଟେବୁଲରେ, ୧୮ରାଉଣ୍ଡ ଗଣତି ହେବ। ଏହି ଇଭିଏମ ମେସିନ୍ ଗୁଡିକ ଷ୍ଟ୍ରଙ୍ଗ ରୁମ୍‌ରେ ରହିବା ପରେ ରବିବାର ସକାଳୁ କଡ଼ା ସୁରକ୍ଷା ବଳୟରେ ଗଣତି ହେବ । ପ୍ରାୟ 18 ରୁ ଉର୍ଦ୍ଧ ରାଉଣ୍ଡରେ ଭୋଟ ଗଣତି ହେବ।  ତେବେ ଜିଲ୍ଲା ସଂସ୍କୃତି ଭବନ ଠାରେ କିପରି ଭୋଟ ଗଣତି କାର୍ଯ୍ୟ ଚାଲିବ ତାର ସ୍ଥିତି ନିରକ୍ଷଣ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସି୍ଧେଶ୍ୱର ବଳିରାମ ବନ୍ଦୋର ଓ ଭଦ୍ରକ ଏସପି ଚରଣ ସିଂ ମିନା।  ତେବେ ଭୋଟ ଗଣତି ଦିନ ସୁରକ୍ଷା ବ୍ୟବସ୍ଥା କଢ଼ା କଢି ହେବ।  ଏଥିରେ 10 ପ୍ଲାଟୁନ ଷ୍ଟେଟ ଆର୍ମଡ଼ ଫୋର୍ସ ମୃତୟନ ହେବ। ସେହିପରି 1 ପ୍ଲାଟୁନ CRPF ଯବାନ ମୃତୟନ ହେବେ।  ଭୋଟ ଗଣତି କେନ୍ଦ୍ରର 100 ମିଟର ଦୂରରେ ଗାଡି ପାର୍କିଂ ହେବ।  ଯେଉଁ ମାନେ ଅଥରିଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନୀ ଅଧିକାରୀ ମାନଙ୍କ ଠାରୁ ପାଈଥିବେ। ସେହିମାନଙ୍କୁ କେବଳ ଭୋଟ ଗଣତି କେନ୍ଦ୍ର ପରିସରକୁ ଯାଇ ପାରିବେ ବୋଲି ଜିଲ୍ଲାପାଳ ଓ ଏସପି କହିଛନ୍ତି।

Leave A Reply

Your email address will not be published.