Jai Odisha
News

ଆସନ୍ତା ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ: ୨୯ରୁ କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର,୨୮/୦୬: ଆସନ୍ତା ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ: ୨୯ରୁ କୋଭିଡ୍‌ ପରୀକ୍ଷା|ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ।  ଏଥିପାଇଁ ଆସନ୍ତା ୨୯ ତାରିଖରୁ ହେବ କୋଭିଡ୍‌ ପରୀକ୍ଷା । ବିଧାୟକ, ବିଧାନସଭା କର୍ମଚାରୀଙ୍କ ସମେତ ସାମ୍ବାଦିକମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ । ଆସନ୍ତା ୨୯, ୩୦ ଓ ୧ ତାରିଖରେ ହେବ କୋଭିଡ୍‌ ପରୀକ୍ଷା । ଆସନ୍ତା ମୌସୁମୀ ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ପ୍ରଥମ ଦିନରେ ହିଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଏହି ଅଧିବେଶନ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚଲିବ । ଏହି ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିବ । ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ଆସିବ ।

Leave A Reply

Your email address will not be published.