Jai Odisha
News

ଆସନ୍ତା ମାସରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୦ା୪ : ଆସନ୍ତା ମେ’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ଆସିବେ। ମେ’ ୯ରେ ବାରିପଦା ଏମ୍‌ଏସ୍‌ସିବି ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ୟୁନିଭର୍ସିଟି ଭିସିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଚିଠି ଲେଖିଥିବା ସୂଚନା ମିଳିଛି।ଆସନ୍ତା ମାସରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମେ’୯ରେ ଆସି ରାଷ୍ଟ୍ରପତି ବାରିପଦା MSCB ୟୁନିଭର୍ସିଟି ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏନେଇ ୟୁନିଭର୍ସିଟି ଭିସିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଚିଠି କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ବାରିପଦା ଗସ୍ତ, ଅର୍ଥାତ ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଥର ପାଇଁ ନିଜ ଜନ୍ମଭୂମିକୁ ଆସିବେ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ଦୁଇଥର ଓଡ଼ିଶା ଆସିଥିଲେ ମଧ୍ୟ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭାବେ ମୟୁରଭଞ୍ଜ ଆସୁଛନ୍ତି।

Leave A Reply

Your email address will not be published.