Jai Odisha
News

ଆସନ୍ତା ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି , ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର,୮।୨ : ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆଗାମୀ ୧୦ ଓ ୧୧ ତାରିଖ ଦିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ। ବ୍ଲୁ ବୁକ୍ ଆଧାରରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦିଆଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷା ସକାଶେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୨୦୦ରୁ ଅଧିକ ଅଧିକାରୀ ମୁତୟନ ହେବେ। ଆଜି ଅପରାହ୍ନ ୧ଟା ବେଳେ ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ତା ଯାଞ୍ଚ କରିବେ ଡିସିପି। ଆସନ୍ତାକାଲି ହେବ ଫାଇନାଲ କାରକେଡ଼ ରିହଲସଲ।ଫେବ୍ରୁଆରି ୧୦ ତାରିଖ ଶୁକ୍ରବାର ସକାଳ ୯ଟା ବେଳେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନ ଯୋଗେ ଆସି ରାଷ୍ଟ୍ରପତି ପୂର୍ବାହ୍ନ ୧୧.୪୫ରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ। ରାଷ୍ଟ୍ରପତି ଆସନ୍ତା ୧୦ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୧ରେ ଲିଙ୍ଗରାଜଙ୍କ ଦର୍ଶନ କରି କଟକସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦ୍‌ଘାଟନ କରିବେ।

Leave A Reply

Your email address will not be published.