Jai Odisha
News

ଆସନ୍ତା ୩ଦିନ ଥରିବ ଓଡିଶା

ଭୁବନେଶ୍ଵର ୦୭।୧୧: ଆସନ୍ତା ୩ଦିନ ରାଜ୍ୟରେ ବଢିବ ଶୀତ । ସ୍ବାଭାବିକ ଠାରୁ ୨ରୁ ୩  ଡିଗ୍ରୀ ଯାଏଁ ତାପମାତ୍ରା କମିବ । ଉତ୍ତର-ପଶ୍ଚିମ ଦିଗରୁ ଓଡିଶାକୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ରାଜ୍ୟରେ  ରାତି ତାପମାତ୍ରା ଖସିଛି । ଆଭ୍ୟନ୍ତରୀଣ ଜିଲ୍ଲାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ଖସିଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାରେ ୨ ଡିଗ୍ରୀ ଖସିଛି। ରାଜ୍ୟର ୭ ଜିଲ୍ଲାରେ ରାତିର ତାପମାତ୍ରା ୧୫ ଡିଗ୍ରୀରୁ କମ ରହିଛି । ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୧୨ ଡିଗ୍ରୀ ରହିଛି । ରାଜଧାନୀ ଭୁବନେଶ୍ବରରେ ରାତିର ତାପମାତ୍ରା ୧୭ଡିଗ୍ରୀ ଏବଂ କଟକରେ ୧୮ଡିଗ୍ରୀ ରେକର୍ଡ କରାଯାଇଛି।

ଆଭ୍ୟନ୍ତରୀଣ ଜିଲ୍ଲା ଭାବରେ କୋରାପୁଟରେ ଶୀତର ପ୍ରଭାବ ଦେଖିବାକୁ ମିଳିଲାଣି । ଶୀତ ସକାଳର ଦୃଶ୍ୟ ଦେଖିବାକୁ ମିଳୁଛି । ଲମତାପୁଟରେ ଏବେ ହାଡଭଙ୍ଗା ଶୀତ । ସକାଳ ୯ଟା ଯାଏଁ ରହୁଛି ଘନ କୁହୁଡିର ଚାଦର। ଘନକୁହୁଡି ଯୋଗୁଁ ଯାନବାହାନ ଦୁର୍ଘଟଣା ବଢୁଛି । ଏପଟେ ଶୀତ ଛଡାଇବାକୁ ଚାହା ଖଟିରେ ଭିଡ ଲାଗୁଛି । କୋରାପୁଟିଆ ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଗହଳି ଜମିବା ଆରମ୍ଭ ହେଲାଣି । ମାଛକୁଣ୍ଡ ଡୁଡୁମାରେ  ପର୍ଯ୍ୟଟକଙ୍କ ଭିଡ ବଢିବା ଆଶା କରାଯାଉଛି ।

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ସାଇକ୍ଲୋନିକ୍ ସର୍କୁଲେସନ୍ ପ୍ରଭାବରେ ୯ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ଏହା ଅଧିକ ଘନୀଭୂତ ହୋଇ ତାମିଲନାଡୁ ଉପକୂଳ ମୁହାଁ ହେବାର ଆକଳନ କରାଯାଉଛି । ପ୍ରଭାବରେ ଆସନ୍ତା ୧୦ ଏବଂ ୧୧ ତାରିଖରେ ଓଡିଶାର କିଛି ସ୍ଥାନରେ ବର୍ଷା  ହେବାର ସମ୍ଭାବନା ରହିଛି । ଏହି ବର୍ଷା ପରେ ଶୀତ ଆହୁରି ବଢିପାରେ ।

Leave A Reply

Your email address will not be published.