Jai Odisha
News

ଆସାମରୁ ଅଲକାଏଦାର ଦୁଇ ଆତଙ୍କବାଦୀ ଗିରଫ

ଆସାମ ,୨୧/୮: ଆସାମ ପୁଲିସ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଏବଂ ଅନସରୁଲ୍ଲା ବଙ୍ଗଳା ଟିମ୍ (ଏବିଟି)ର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଶନିବାର ରାତିରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଦୁଇ ସନ୍ଦିଗ୍ଧ ଅଲ-କାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍(ଏକ୍ୟୁଆଇଏସ) ଏବଂ ଅନସାରୁଲ୍ଲାହ ବାଙ୍ଗ୍‌ଲା ଟିମ୍‌(ଏବିଟି) ସହି ଜଡ଼ିତ ଥିବା ପ୍ରମାଣ ମିଳିଛି। ଉଭୟଙ୍କୁ ଗୋଲପାରା ଜିଲାରୁ ଗିରଫ କରାଯାଇଛି ଏବଂ ପଚରାଉଚରା ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।ଏହି ଦୁଇ ଜଣ ଆସାମରେ ଦୀର୍ଘଦିନ ଧରି ରହିଆସୁଥିଲେ ବୋଲି ପୁଲିସ କହିଛି | ଗିରଫ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ନାମ ଅବଦୁସ ସୁଭାନ ଏବଂ ଇମାମ ଜାଲାଲୁଦ୍ଦିନ ଶେଖ ବୋଲି ଜଣାପଡିଛି | ଅବଦୁସ ସୁଭାନ ଟିଙ୍କୁନିଆ ଶାନ୍ତିପୁର ମସଜିଦର ଇମାମ(ମସଜିଦର ପ୍ରାର୍ଥନା ମୁଖ୍ୟ) ଥିବାବେଳେ ଜାଲାଲୁଦ୍ଦିନ ଶେଖ ଗୋଲପାରାର ନାତୁନ ମସଜିଦର ଇମାମ ବୋଲି ଜଣାପଡିଛି | ଗୋଲପାରା ଜିଲ୍ଲା ପୁଲିସ ଅଧୀକ୍ଷକ ରାକେଶ ରେଡ୍ଡୀ କହିଛନ୍ତି ଯେ ଉଭୟ ଅଭିଯୁକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯିବାପରେ ଗିରଫ କରାଯାଇଛି | ରାକେଶ କହିଛନ୍ତି, “ଆମକୁ ଚଳିତ ବର୍ଷ ଜୁଲାଇରେ ଗିରଫ ହୋଇଥିବା ଅବ୍ବାସ ଅଲିଙ୍କଠାରୁ ଏହି ଦୁଇ ଜଣଙ୍କ ବାବଦରେ ସୂଚନା ମିଳିଥିଲା |ଗୋଲପାରା ଏସପି ଭିଭି ରାକେଶ ରେଡ୍ଡୀ କହିଛନ୍ତି ଯେ, ଉଭୟ ସନ୍ଦିଗ୍ଧଙ୍କର ଆତଙ୍କବାଦୀ ସଂଗଠନ ସହ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଘର ଖୋଜାଖୋଜି ବେଳେ ଅଲ-କାଏଦା ସହ ତାଙ୍କର ସମ୍ପର୍କ ଥିବା ପ୍ରମାଣ ମିଳିଛି। ଏଥିସହ ଧର୍ମଯୁଦ୍ଧ ସହ ଜଡ଼ିତ କିଛି ଜିନିଷ, ପୋଷ୍ଟର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ସେମାନଙ୍କ ମୋବାଇଲ ଫୋନ, ସିମ୍‌ କାର୍ଡ ଓ ଆଇଡି କାର୍ଡକୁ ଜବତ କରାଯାଇଛି। ଅଧିକାରୀଙ୍କ କହିବାନୁଯାୟୀ, ଉଭୟ ଅଭିଯୁକ୍ତ ବାଂଲାଦେଶରୁ ଆସିଥିବା ଜିହାଦୀ ଆତଙ୍କବାଦୀଙ୍କୁ ରାସନ ପ୍ରଦାନ କରିଥିଲେ।

Leave A Reply

Your email address will not be published.