Jai Odisha
News

ଆସୁଛି ବଡ଼ ବିପଦ ! ଭାରତକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୨୩/୩: ନେଇ ବାବା ଭେଙ୍ଗା କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ । କହିଛନ୍ତି ଭାରତକୁ ଆସୁଛି ବଡ଼ ବିପଦ । ଏଭଳି ଭବିଷ୍ୟବାଣୀକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ଆରମ୍ଭ ହେଲାଣି । କାରଣ ବାବା ଭେଙ୍ଗା ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଯେଉଁସବୁ ଭବିଷ୍ୟବାଣୀ କରିଛନ୍ତି, ତାହା ସତ ହୋଇ ଆସିଛି । ତେଣୁ ଏବେ ଭାରତକୁ ନେଇ ତାଙ୍କର ଭବିଷ୍ୟବାଣୀ ପରେ ଚିନ୍ତା ବଢ଼ିଛି । ସାରା ବିଶ୍ୱରେ ଯେକୌଣସି ସ୍ଥାନରେ ବିପଦ ଆସିଲେ ଭାରତ ପ୍ରଥମେ ସହଯୋଗର ହାତ ବଢ଼ାଇଥାଏ । ଆଉ ଏବେ ଭାରତକୁ ଆସୁଛି ବଡ଼ ବିପଦ !

ତୁର୍କୀ ଏବଂ ସିରିୟାରେ ବଡ଼ ଧରଣର ଭୁ-କମ୍ପ ହୋଇଛି । ଏହାଦ୍ୱାରା ଅନେକ କ୍ଷତି ହୋଇଛି । ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ବଡ଼ ବଡ଼ କୋଠା ସବୁ ଭୁଶୁଡ଼ିଯାଇଛି । ତୁର୍କୀ ଏବଂ ସିରିୟା ପରେ ଏବେ ଏସିଆରେ ସେହିଭଳି ଏକ ବଡ଼ ଧରଣର ଭୁ-କମ୍ପ ହେବ ବୋଲି ଆଶଙ୍କା କରାଯାଇଛି ।

ତୁର୍କୀ ଏବଂ ସିରିୟାରେ ହୋଇଥିବା ଭୁ-କମ୍ପର ଭବିଷ୍ୟବାଣୀ କରିଥିବା ଫ୍ରେଙ୍କ ହଗରବିଟ୍‌ସ ମଧ୍ୟ ଏବେ ଭାରତ ବିଷୟରେ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଭାରତ-ପାକିସ୍ତାନ-ଆଫ୍‌ଗାନିସ୍ତାନକୁ ମଧ୍ୟ ଏକ ବଡ଼ ଭୁ-କମ୍ପର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ବାବା ଭେଙ୍ଗା ମଧ୍ୟ ୨୦୨୩ରେ ହେବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟର ଭବିଷ୍ୟବାଣୀ କରିଥିଲେ । ବାବା ଭେଙ୍ଗା କହିଛନ୍ତି ଏସିଆର କୌଣସି ଦେଶରେ ପରମାଣୁ ବିସ୍ଫୋରଣ ହେବାର ସମ୍ଭାବନା ରହିଛି । ଏହି କାରଣରୁ ଭାରତକୁ ଏକ ବଡ଼ କ୍ଷତି ସହିବାକୁ ହେବ ।

Leave A Reply

Your email address will not be published.