Jai Odisha
News

ଆସୁଛି ମହାବାତ୍ୟା ‘ନାନ୍‌ମାଡୋଲ୍’: ଜାପାନରେ ଲ୍ୟାଣ୍ଡଫଲ୍‌ କରିବ

ନୂଆଦିଲ୍ଲୀ ୧୭/ ୦୯:  ଆସୁଛି ମହାବାତ୍ୟା ‘ନାନ୍‌ମାଡୋଲ୍| ଆସନ୍ତା ବୁଧବାର ଜାପାନର ଦକ୍ଷିଣାଞ୍ଚଳ ଦ୍ବୀପ କ୍ବ୍ୟୁସୁରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରିଛି ଜାପାନ ପାଣିପାଗ ବିଭାଗ । ସାମୁଦ୍ରିକ ଝଡର ନାଁ ରଖାଯାଇଛି ‘ନାନ୍‌ମାଡୋଲ୍’ । ଏହାର ପ୍ରଭାବ ଯଥେଷ୍ଟ ଅଧିକ ଏବଂ ଭୟଙ୍କର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟାକୁ ନେଇ ଆମେରିକାର ଜଏଣ୍ଟ ଟାଇଫନ୍‌ ଓ୍ବାର୍ଣ୍ଣିଂ ସେଣ୍ଟର କହିଛି ଯେ, ନାନ୍‌ମାଡୋଲ୍‌ କେବଳ ସାଧାରଣ ବାତ୍ୟା ନୁହେଁ ବରଂ ସୁପର୍‌ ସାଇକ୍ଲୋନ୍‌ ବା ମହାବାତ୍ୟା । ଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜାପାନରେ ମାଡ ହେବାକୁ ଯାଉଥିବା ଏହି ବାତ୍ୟା ପ୍ରଳୟ ସୃଷ୍ଟି କରିବ ।ଆମେରିକା ନୌସେନାର Joint Typhoon Warning Center   ମହାବାତ୍ୟାର ନାମ ନାନମାଡୋଲ ଦେଇଛନ୍ତି। ଚଳିତ ଦଶନ୍ଧିର ଏହା ସବୁଠୁ ବଡ ବାତ୍ୟା ବୋଲି କେନ୍ଦ୍ର କହିଛି। ଏହାରି ପ୍ରଭାବରେ ତୀବ୍ର ଗତିରେ ପବନ ବହିବା ସହ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ଦକ୍ଷିଣ କ୍ୟୁସୁ ଦ୍ଵୀପ ଏବଂ କାଗୋସୀମା ଅଞ୍ଚଳ  ସ୍ଵତନ୍ତ୍ର ସତର୍କ ସୂଚନା ଜାରି କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପ୍ରଥମ ଥର କ୍ୟୁସୁବାସୀ ଏହି ଧରଣ ମହାବାତ୍ୟାର ସମ୍ମୁଖୀନ ହେଉଛନ୍ତି। ମହାବାତ୍ୟା ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇପାରେ। ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମହାବାତ୍ୟା ପ୍ରଭାବରେ ଅତି ପ୍ରବଳ ବର୍ଷା ହେବ । ପ୍ରାୟ ୨୦ ଇଞ୍ଚର ବର୍ଷା ହେବାନେଇ ସତର୍କ ସୂଚନା ଜାରି କରାଯାଇଛି । ତେଣୁ ସଂପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ତୁରନ୍ତ ସେଠାରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି । କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ କେହି ଯେପରି ରହିନଯାଆନ୍ତି ସେଥିପାଇଁ ବ୍ୟାପକ ଦୃଷ୍ଟି ଦିଆଯାଉଛି ।

 

Leave A Reply

Your email address will not be published.