Jai Odisha
News

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର,,୬।୧:କୁଇନ୍ ଅର୍ଚ୍ଚନା ନାଗ ଠକେଇ ମାମଲା । ବ୍ଲାକମେଲିଂ ଓ ଅମାପ ସମ୍ପତ୍ତି ଠୁଳ ମାମଲାରେ ଅର୍ଚ୍ଚନା ନାଗ ଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଇଡିରେ ହାଜର ହେଲେ ।  ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଇଡିରେ ହାଜର ହୋଇଛନ୍ତି । ଉଭୟଙ୍କୁ ଅର୍ଚ୍ଚନାଙ୍କ ଆୟକର ସଂପର୍କରେ ତଥ୍ୟ ମାଗିପାରେ ଇଡି । ଏହାସହ ଖଗେଶ୍ୱରଙ୍କ ପତ୍ନୀ ମଧ୍ୟ ଇଡିରେ ହାଜର ହୋଇଛନ୍ତି । ଅର୍ଚ୍ଚନା ଓ ଖଗେଶ୍ୱରଙ୍କ କଳା ସମ୍ପତ୍ତି ନେଇ ସମସ୍ତଙ୍କୁ ଇଡି ପଚରାଉଚରା କରିପାରେ । ବ୍ଲାକମେଲିଂ ଓ ଅମାପ ସମ୍ପତ୍ତି ଠୁଳ ମାମଲାରେ ଅର୍ଚ୍ଚନା ନାଗଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀ ତାଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ। ସେହି ସମୟରେ ତାଙ୍କୁ ଅର୍ଚ୍ଚନା ନାଗଙ୍କ ଅର୍ଥନୈତିକ କାରବାର ସମ୍ପର୍କରେ ଅନେକ ପ୍ରଶ୍ନ ପଚରାଯାଇଥିବା ଜଣାପଡ଼ିଛି। ସେହିପରି ଖଗେଶ୍ୱରଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମଧ୍ୟ ଇଡିରେ ହାଜର ହୋଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇ ବାହାରିବା ପରେ ଅର୍ଚ୍ଚନା ନାଗଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ କହିଛନ୍ତି ଯେ ୨୦୨୧ ମସିହାରେ ଆଦିତ୍ୟ ପ୍ରେଷ୍ଟିଜ ଆଗ୍ରୋ କମ୍ପାନୀ ଗଠନ କରିଥିଲେ। ୧୦ ଲକ୍ଷ ଟଙ୍କା ମୂଳଧନରେ ଆରମ୍ଭ ହୋଇଥିଲା କମ୍ପାନୀ। ନୂଆ କାର ସୋ ରୁମ୍‌ ପାଇଁ କମ୍ପାନୀ ଗଠନ ହୋଇଥିଲା। କିନ୍ତୁ ସେଥିରେ କିଛି ଆର୍ଥିକ କାରବାର ହୋଇ ନଥିବା ଅର୍ଚ୍ଚନାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ କହିଛନ୍ତି। ଏବେ ରେଜିଷ୍ଟ୍ରାର ଅଫ୍‌ କମ୍ପାନୀ ଏହାକୁ ବନ୍ଦ କରି ଦେଇଥିବା ସେ କହିଛନ୍ତି।

Leave A Reply

Your email address will not be published.