Jai Odisha
News

ଇଡିରେ ହାଜର ହେଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ଵର, ୨୨/୧୧ : ସିନେ ପ୍ରଯୋଜକ ଅକ୍ଷୟ ପରିଜା ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି । ବ୍ଲାକମେଲିଂ, ହନିଟ୍ରାପ ଏବଂ ଅର୍ଥ କାରବାର ମାମଲାରେ ସେ ହାଜର ହୋଇଥିବା ଜଣାପଡିଛି । ତେବେ ଏନେଇ ପୂର୍ବରୁ ଇଡି ସମନ ଜାରି କରିଥିବା ବେଳେ ଆଜି ହାଜର ହେବା ପାଇଁ ତାଙ୍କୁ ତାଗିଦ କରାଯାଇଥିଲା । ପୂର୍ବରୁ ୩ କୋଟି ଟଙ୍କା ବ୍ଲାକମେଲିଂ ନେଇ ଥାନାରେ ଅଭିଯୋଗ କରିଥିଲେ ଫିଲ୍ନ ନିର୍ଦ୍ଦେଶକ ଅକ୍ଷୟ ପରିଜା । ଏପରିକି ଟଙ୍କା ନଦେଲେ ହତ୍ୟା ଧମକ ଦିଆଯାଇଥିବା ଏତଲାରେ ଦର୍ଶାଇଥିଲେ । ତେବେ ବ୍ଲାକ୍‌ମେଲ କରି ଅର୍ଚ୍ଚନା କେତେ ଟଙ୍କା ନେଇଛି ? କେବେ ଠାରୁ ଅକ୍ଷୟଙ୍କୁ ବ୍ଲାକ୍‌ମେଲ୍‌ କରାଯାଉଥିଲା ? ଅକ୍ଷୟ ଏମାନଙ୍କୁ କେତେ ଟଙ୍କା ଦେଇଛନ୍ତି ? ଏସବୁ ଲିଙ୍କ୍‌ରେ ଇଡି ଅକ୍ଷୟ ପରିଜାଙ୍କୁ ପଚରାଉଚରା କରିପାରେ ।ତେବେ ପୂର୍ବରୁ ମଧ୍ୟ ଅକ୍ଷୟ ପରିଜାଙ୍କୁ ଇଡିରେ ହାଜର ପାଇଁ ନୋଟିସ୍ ହୋଇଥିଲେ ବି ଅସୁସ୍ଥତା ଯୋଗୁ ସେ ହାଜର ହୋଇପାରିନଥିବା ଜଣାଇଥିଲେ ତାଙ୍କ ଓକିଲ । ଅକ୍ଷୟ ବିଦେଶରୁ ଫେରିବା ପରେ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହୋମ କ୍ୱାରେଣ୍ଟିନରେ ଅଛନ୍ତି । ତେଣୁ ତାଙ୍କୁ ଅନ୍ୟ ତାରିଖ ଦେବାକୁ ଓକିଲ ଇଡିକୁ ଜଣାଇଥିଲେ । ଏହି ଆଧାରରେ ତାଙ୍କୁ ଅନ୍ୟ ତାରିଖରେ ହାଜର ପାଇଁ ସମୟ ମିଳିବ ବୋଲି ଅକ୍ଷୟଙ୍କ ଓକିଲ ସୂଚନା ଦେଇଥିଲେ । ତେବେ ଆଜି ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ।ବ୍ଲାକ୍‌ମେଲ କରି ତାଙ୍କୁ ୩ କୋଟି ମଗାଯାଇଥିବା ଥାନାରେ ଏତଲା ଦେଇଥିଲେ ଅକ୍ଷୟ । ତେବେ ଅକ୍ଷୟ ବ୍ଲାକ୍ ମେଲ୍ ମାମଲାରେ କେତେ ଟଙ୍କା ଦେଇଛନ୍ତି, ୩ କୋଟି ଟଙ୍କା ମଗାଯାଇଥିବା ବେଳେ ସେ କେତେ ଟଙ୍କା ଦେଇଥିଲେ, ଅର୍ଚ୍ଚନା ନା ଆଉ କାହାକୁ ଟଙ୍କା ଦେଇଛନ୍ତି । ଏବାଦରେ ତଥ୍ୟ ଓଗାଳିବାକୁ ଯୋଜନା କରିଛି ଇଡି । ଏପରିକି ଟଙ୍କା ନଦେଲେ ହତ୍ୟା ଧମକ ଦିଆଯାଇଥିବା ଏତଲାରେ ଦର୍ଶାଇଥିଲେ ଅକ୍ଷୟ

Leave A Reply

Your email address will not be published.