Jai Odisha
News

ଇଡି ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳୀ ଓ ଅକ୍ଷୟ ପରିଜା

ଭୁବନେଶ୍ୱର, ୨୩/୧୧:  ଲେଡି ବ୍ଲାକ୍‌ମେଲ୍‌ର ଅର୍ଚ୍ଚନା ନାଗ ମାମଲା ।  ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଆଜି ଇଡରେ ହାଜର ପାଇଁ ଇଡି ପକ୍ଷରୁ ସମନ କରାଯାଇଥିଲା । ଅର୍ଚ୍ଚନା ନାଗଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ।  ଆଜି ପୁଣି ଇଡିରେ ହାଜର ହେବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଗତକାଲି ଅକ୍ଷୟ ପରିଜାଙ୍କୁ ୯ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହା ସହ ଉଭୟ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମୁହାଁମୁହିଁ ଜେରା କରିପାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ।ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ ଇଡି ପୂର୍ବରୁ ଅର୍ଚ୍ଚନାଙ୍କ ବାପା ମା ଭାଇଙ୍କୁ ଇଡି ଜେରା କରିବା ସହ ଅର୍ଚ୍ଚନାଙ୍କ ସହେଯାଗୀ ଜଗବନ୍ଧୁକୁ ମଧ୍ୟ ଗିରଫ କରିଛି ।ଏତତ୍ ବ୍ୟତୀତ ୧୨ ଜଣଙ୍କୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଇଛି ଇଡି । ଯେଉଁଥିରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସମେତ ଅନେକ ବଡବଡିଆ ଲୋକଙ୍କ ନାଁ ରହିଛି । ତେବେ ସେମାନଙ୍କ ମଧ୍ୟରୁ କାଲି ଜଣେ ବ୍ୟବସାୟୀ ଏବଂ ପ୍ରଯୋଜକ ଅକ୍ଷୟ ପରିଜା ଇଡି ଅଫିସରେ ହାଜର ହୋଇଥିବା ବେଳେ ଆଜି ଶ୍ରନ୍ଧାଞ୍ଜଳି ମଧ୍ୟ ଇଡ ଅଫିସରେ ହାଜର ହୋଇଛନ୍ତି । ଯାହାଫଳରେ ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗର ଅଡୁଆ ବଢିବାର ଲାଗିଛି ।

Leave A Reply

Your email address will not be published.