Jai Odisha
News

ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନ:Modi Again 2024

ନୂଆଦିଲ୍ଲୀ,୩୦।୭: ଆଜିର ଦିନରେ ନିର୍ବାଚନ ହେଲେ ଦେଶରେ ସରକାର ଗଢ଼ିବ ଏନଡିଏ। ନରେନ୍ଦ୍ର ମୋଦୀ ପୁଣି ହୋଇପାରନ୍ତି ଦେଶର ପ୍ରଧାନମନ୍ତ୍ରୀ। ଇଣ୍ଡିଆ ଟିଭି-ସିଏନଏକ୍ସ ପୋଲ୍ ସର୍ଭେ ଅନୁଯାୟୀ, ଲୋକସଭା ନିର୍ବାଚନରେ ଏନଡିଏକୁ ୩୧୮ ଆସନ ମିଳିପାରେ। ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆକୁ ମାତ୍ର ୧୭୫ଟି ଆସନ ମିଳିପାରେ ବୋଲି ଏହି ସର୍ଭେ ଆକଳନ କରିଛି ଆସିଛି ଇଣ୍ଡିଆ ଟିଭି-ସିଏନଏକ୍ସର ଓପିନିୟନ ପୋଲ୍ । ଏହି ସର୍ଭେ ମୁତାବକ, ଆସନ୍ତା ୨୦୨୪ରେ ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବ । ବିଜେପି କର୍ଣ୍ଣାଟକ, ଗୁଜରାଟ, ଗୋଆ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଅଧିକାଂଶ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଆଗରେ ରହିବ । ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମଣିପୁର, ପଞ୍ଜାବ ଓ ବିହାରର ପ୍ରଦର୍ଶନ ଉପରେ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ ଏନଡିଏକୁ ହରାଇବା କ୍ଷେତ୍ରରେ ଇଣ୍ଡିଆ ପଛରେ ପଡ଼ିବ ବୋଲି ସର୍ଭେରେ କୁହାଯାଇଛି ।ଅନ୍ୟାନ୍ୟ ଆଂଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ୫୦ ସିଟ୍‌ରେ ସୀମିତ ରହିବେ। ତେବେ ୨୦୧୯ ନିର୍ବାଚନରେ ବିଜେପି ପାଇଥିବା ୩୦୩ ସିଟ୍ ତୁଳନାରେ ଏହା ୨୯୦କୁ ଖସି ଆସିବ। ଅନ୍ୟପକ୍ଷରେ କଂଗ୍ରେସର ସିଟ୍ ୫୨ରୁ ୬୬କୁ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି। ଏଣେ ଓଡ଼ିଶା କଥା ଦେଖିଲେ, ଯଦି ଆଜି ଦିନରେ ଲୋକସଭା ନିର୍ବାଚନ ହୁଏ ତାହେଲେ ବିଜେଡିକୁ ୧୩ଟି ସିଟ୍, ବିଜେପିକୁ ୮ ଓ କଂଗ୍ରେସକୁ କୌଣସି ସିଟ୍ ମିଳିବ ନାହିଁ ବୋଲି ଓପିନିଅନ୍ ପୋଲ୍ କହୁଛି।ଅନ୍ୟାନ୍ୟ ଆଂଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୫୦ଟି ଆସନ ମିଳିପାରେ। ଏସବୁ ଭିତରେ ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ। ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି। ଏବେ ସର୍ଭେ ଆକଳନକୁ ନେଇ ତେଜିଛି ରାଜନୀତି। ବିଜେଡି-ବିଜେପି ମଧ୍ୟରେ କଥା କଟାକଟି ହୋଇଛନ୍ତି। ଅନ୍ୟପଟେ ଓପିନିୟନ ପୋଲକୁ କପୋଳକଳ୍ପିତ କହିଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଗତଥର କର୍ଣ୍ଣାଟକ ସର୍ଭେ ରିପୋର୍ଟ ଠିକ୍‌ ହୋଇନି। ସେଠାରେ କଂଗ୍ରେସ ସରକାର କଲା। ସର୍ଭେରେ ବିଜେପି ସରକାର କରିବ ବୋଲି ରିପୋର୍ଟ ଆସିଥିଲା। ହିମାଚଳପ୍ରଦେଶରେ ମଧ୍ୟ ସମାନ ସର୍ଭେ ରିପୋର୍ଟ ଆସିଥିଲା। ଏଠାରେ କଂଗ୍ରେସ ନଆସି ବିଜେପି କ୍ଷମତାକୁ ଆସିବ ବୋଲି ରିପୋର୍ଟରେ କୁହାଯାଇଥିଲା। ଏଠାରେ କଂଗ୍ରେସ ସରକାର ହେଲା। ୧୯୯୫ ମସିହାରେ ଓଡ଼ିଶାରେ ବିଜୁବାବୁ ସରକାର କରିବ ବୋଲି ସର୍ଭେ ରିପୋର୍ଟ ଆସିଥିଲା। ସେତେବେଳେ କିନ୍ତୁ କଂଗ୍ରେସ ସରକାରକୁ ଆସିଥିଲା। ଏଭଳି ସର୍ଭେ ରିପୋର୍ଟ ମନଗଢ଼ା। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବ। ୮ରୁ ୧୦ଟି ଲୋକସଭା ଆସନ କଂଗ୍ରେସ ଜିତିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.