Jai Odisha
News

ଇଣ୍ଡୋନେସିଆର ବାଲି ଠାରେ ଜି-୨୦ ସମ୍ମିଳନୀ ,ପରସ୍ପରକୁ ଭେଟିଲେ ପିଏମ ମୋଦୀ ଏବଂ ଜିନପିଙ୍ଗ

ନୂଆଦିଲ୍ଲୀ,୧୫।୧୧: ଇଣ୍ଡୋନେସିଆର ବାଲିରେ ଜି-୨୦ ସମ୍ମିଳନୀ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସାକ୍ଷାତ କରିଛନ୍ତି । ଜି-୨୦ ରାତ୍ରୀ ଭୋଜନ ସମୟରେ ଦୁଇ ନେତା ସାକ୍ଷାତ କରି ହାତ ମିଶାଇଛନ୍ତି । ଏହାପରେ କିଛି ସମୟ ଯାଏଁ ଦୁଇ ନେତା କଥା ହୋଇଥିଲେ । ଗତ ସେପ୍ଟେମ୍ବର ମାସରେ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଉଭୟ ମୋଦୀ ଓ ଜିନ ପିଙ୍ଗ୍ ଯୋଗ ଦେଇଥିଲେ ବି ସାକ୍ଷାତ ହୋଇନଥିଲା । ଏପରିକି ଗୋଟିଏ ମଞ୍ଚରେ ଛିଡ଼ା ହୋଇଥିଲେ ବି ଉଭୟ ପରସ୍ପରର ମୁହଁ ଚାହିଁନଥିଲେ । ୨୦୨୦ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ ଦାବି କରିଥିଲା । ତେବେ ଚୀନର ଏହି ଦାବି ବିଭିନ୍ନ ଅନ୍ତର୍ଜାତୀୟ ଗୁଇନ୍ଦା ଏଜେନ୍ସିମାନେ ଭୁଲ ବୋଲି କହିଥିଲେ । ଏହି ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ପରେ ଅନେକ ଥର ଆଲୋଚନା ପରେ ଚୀନ ଓ ଭାରତୀୟ ସେନା କେତେକ ଅଂଚଳରୁ ପଛକୁ ହଟିବାକୁ ସହମତ ହୋଇଥିଲେ ।

Leave A Reply

Your email address will not be published.