Jai Odisha
News

ଇମ୍ରାନ ଖାନଙ୍କ ରାଲିରେ ଗୁଳିମାଡ, ୮ ଜଣ ଆହତ

ନୂଆଦିଲ୍ଲୀ,୦୩/୧୧:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି ମାଡ । ଇମ୍ରାନ ଖାନଙ୍କ ରାଲିରେ ଆଜି ଗୁଳିକାଣ୍ଡ ହୋଇଛି । ଏଥିରେ ନିଜେ ଇମ୍ରାନଙ୍କ ସହିତ ୮ ଜଣ ଆହତ ହୋଇଥିବା ଖବର ମିଳିଛି ।ଏହି ଆକ୍ରମଣରେ ଇମ୍ରାନ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ରାଲି ଚାଲିଥିବା ସମୟରେ ଅଚାନକ ସେଠାରେ ଫାୟାରିଙ୍ଗ ହୋଇଥିଲା ।  ତେବେ ସମସ୍ତଙ୍କୁ ମେଡିକାଳରେ ଭର୍ତ୍ତି କରାଯିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଆକ୍ରମଣ ମାମଲାରେ ଜଣଙ୍କୁ କରିଛି ପୋଲିସ । ଏହି ଗୁଳିକାଣ୍ଡ  ୱଜିରାବାଦ ଆଲ୍ଲା ହୋ ଚୌକ ନିକଟରେ ହୋଇଛି। କୁହାଯାଉଛି ଅଜ୍ଞାତ ଆତତାୟୀମାନେ ଇମ୍ରାନ ଖାନଙ୍କ କଣ୍ଟୈନର ଉପରକୁ ଧୁଆଁଧାର ଗୁଳି ଚଳାଇଥିଲେ। ଆକ୍ରମଣରୁ ଇମ୍ରାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହେଲେବି ସେ ଆହତ ହୋଇଥିବା କୁହାଯାଇଛି।

Leave A Reply

Your email address will not be published.