Jai Odisha
News

ଇରାନରେ ଆତଙ୍କୀ ଆକ୍ରମଣ;୧୫ ଧ‌ର୍ମାବଲମ୍ବୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୨୭/ ୧୦: ଇରାନରେ  ଆତଙ୍କବାଦୀଙ୍କ ଆକ୍ରମଣରେ ଇରାନରେ ଗଡ଼ିଲା ୧୫ ମୁଣ୍ଡ ।  ଇରାନର ସିରାଜ ସହରରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି । ଆତଙ୍କୀ ଆକ୍ରମଣରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ସିରାଜର ଏକ ଧାର୍ମିକ ଅନୁଷ୍ଠାନ ଉପରେ ଆତଙ୍କବାଦୀ ମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ୧୫ଜଣଙ୍କ ମୃତ୍ୟୁ ହୋଇଥିଲା । ତାହା ସହ କିଛି ଲୋକ ଆହତ ହୋଇଥିଲେ ।  ଇରାନର ସିରାଜ୍‌ ସହରରେ ଥିବା ଏକ ଧାର୍ମିକସ୍ଥଳୀରେ ଅନ୍ଧାଧୁନ୍ ଆକ୍ରମଣ କରିଛନ୍ତି ବନ୍ଧୁକଧାରୀ । ଭିତରେ ଧର୍ମାବଲମ୍ବୀ ମାନେ ଥିବା ସମୟରେ ଆଖିବୁଜା ଗୁଳିମାଡ କରାଯାଇଥିଲା । ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସିରାଜ୍‌ ସହର ସ୍ଥିତ ସହଚେରାଗ୍‌ ମସଜିଦରେ ବୁଧବାର ସନ୍ଧ୍ୟା ପ୍ରାୟ ୫.୪୫ରେ ଏହି ଆକ୍ରମଣ କରାଯାଇଥିଲା । ୩ ଜଣ ଆତତାୟୀ ମୁଖା ପିନ୍ଧି ମସଜିଦ ଭିତରେ ପଶିଥିଲେ । କେହି କିଛି ବୁଝିବା ପୂର୍ବରୁ ସେମାନେ ଆରମ୍ଭ କରିଦେଇଥିଲେ ଗୁଳିମାଡ । ସେହି ମସଜିଦ ଭିତରେ ହିଁ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଅଳ୍ପ କିଛି ଲୋକ ସେଠାରେ ଖସି ଆସିବାରେ ସକ୍ଷମ ହୋଇଥିଲେ । ୨୦ରୁ ଉର୍ଦ୍ଧ୍ବ ଗୁରୁତର ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଧର୍ବାବଲମ୍ବୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବା ରିପୋର୍ଟରେ ପ୍ରକାଶ ପାଇଛି । ଯାହାକୁ ନେଇ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶ‌ଙ୍କା କରାଯାଉଛି । ଗୁଳିମାଡ କରିଥିବା ଆତତାୟୀଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଏବେ ବି ଫେରାର୍‌ ଅଛି । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଇରାନ ସୁରକ୍ଷାକର୍ମୀ । ତେବେ ଆତଙ୍କବାଦୀ ମାନେ କେଉଁ ସଂଗଠନର ତାହା ଜଣାପଡି ନାହିଁ । ମସଜିଦ ଉପରେ ଆକ୍ରମଣ ଘଟଣାରେ କୌଣସି ଆତ‌ଙ୍କୀ ସଂଗଠନ ନିଜକୁ ଦାୟୀ ମଧ୍ୟ କରିନାହାନ୍ତି

Leave A Reply

Your email address will not be published.