Jai Odisha
News

ଇଲେକ୍ଟ୍ରିବସ୍‌ରେ ମାଗଣାରେ ତିନିଦିନ ଯାତ୍ରା କରିବେ ଦିଲ୍ଲୀ ବାସୀ

ନୂଆଦିଲ୍ଲୀ ୨୩/୦୫ : ଦିଲ୍ଲୀର ବାସିନ୍ଦାମାନଙ୍କ ପାଇଁ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ   ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି।  ଏନଆଇ ଅନୁସାରେ ଆସନ୍ତାକାଲି ବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୫୦ଟି ଇଲେକ୍ଟ୍ରିକ ବସକୁ ସବୁଜ ସଙ୍କେତ ଦେଖାଇ ସେମାନଙ୍କ ଯାତ୍ରାର ଶୁଭାରମ୍ଭ କରାଇବେ|ଏଏନଆଇ ଅନୁସାରେ କେଜରିୱାଲଙ୍କ ଦ୍ୱାରା ସବୁଜ ସଙ୍କେତ ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିବା ୧୫୦ଟି ଇଲେକ୍ଟ୍ରିକ ବସରେ ଦିଲ୍ଲୀବାସୀମାନେ ଏବେ ୩ ଦିନ ପର୍ଯ୍ୟନ୍ତ ମାଗଣାରେ ଯାତ୍ରା କରିପାରିବେ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଏହା ସହିତ ପ୍ରଦୂଷଣ ମୁକ୍ତ ପରିବହନକୁ ପ୍ରୋତ୍ସାହନ ଦେବାରେ ଦିଲ୍ଲୀ ସରକାରଙ୍କ ଏହା ଆଉ ଏକ ପଦକ୍ଷେପ ହେବ।

Leave A Reply

Your email address will not be published.