Jai Odisha
News

ଇସ୍ରାଏଲ-ଇରାନ ବିବାଦ ଉପରେ ଏଲୋନ୍ ମସ୍କଙ୍କ ଆବେଦନ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ମଧ୍ୟ-ପୂର୍ବର ଦୁଇ ଦେଶ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବ]ବା ତିକ୍ତତା ମଧ୍ୟରେ ଶାନ୍ତି ପାଇଁ ଆହ୍ୱାନ ଦେଇଛନ୍ତି । ସ୍ପେସ୍ ଏକ୍ସର ମାଲିକ ଏକ ରକେଟର ଫଟୋ ସେୟାର କରିବାବେଳେ କହିଛନ୍ତି ଯେ ଆମେ ପରସ୍ପରକୁ ରକେଟ୍ ମାଡ଼ କରବା ଉଚିତ୍ ନୁହେଁ, ବରଂ ଏହା ପରିବର୍ତ୍ତେ ଉପଗ୍ରହକୁୁ ରକେଟ୍ ପଠାଇବା ଉଚିତ୍ । । ଇରାନ ବିମାନ ବନ୍ଦରରେ ଇସ୍ରାଏଲ୍ ଆକ୍ରମଣର ଖବର ଆସିବାର ଏକ ଗଣ୍ଟା ପରେ ମସ୍କଙ୍କ ପୋଷ୍ଟ ଆସିଛି ।
ସ୍ପେସ୍ ଏକ୍ସ ହେଉଛି କାଲିଫର୍ନିଆ ସ୍ଥିତ ଏକ ମହାକାଶଯାନ ନିର୍ମାତା ଏବଂ ମସ୍କଙ୍କ ମାଲିକାନା ସାଟେଲାଇଟ୍ ଯୋଗାଯୋଗ ସଂସ୍ଥା । ଟେକ୍ ଇଣ୍ଡଷ୍ଟ୍ରିର ଦିଗଜ୍ଜ ଗତ ନଭେମ୍ବରରେ ଦୁଇ ଦିନିଆ ଇସ୍ରାଏଲ ଗସ୍ତ କରିଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କୁ ହାମାସର ଅକ୍ଟୋବର ୭ ଆକ୍ରମଣରେ ନଷ୍ଟ ହୋଇଥିବା ଏକ କିବୁତଜ ଗସ୍ତରେ ଯାଇଥିଲେ। ଇସ୍ରାଏଲ ଗସ୍ତ ପରେ ହାମାସ ତାଙ୍କୁ ଗାଜାକୁ ନିମନ୍ତ୍ରଣ କରିଥିଲେ ଯେ ଇସ୍ରାଏଲ ବୋମା ବିସ୍ଫୋରଣ ଦ୍ୱାରା ଘଟିଥିବା ବିନାଶ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.