Jai Odisha
News

ଉଜ୍‌ବେକିସ୍ତାନରେ ୨ଟି ଭାରତୀୟ ‘କାଶ ସିରପ୍‌’ ବ୍ୟବହାର ନ କରିବାକୁ ଡବ୍ଲୁଏଚଓର ଆଲର୍ଟ

ନୂଆଦିଲ୍ଲୀ,୧୨ ।୧:ଭାରତର ନଏଡ଼ାସ୍ଥିତ ଔଷଧ କମ୍ପାନି ‘ମାରିଅନ୍‌ ବାୟୋଟେକ୍‌’ଦ୍ବାରା ନିର୍ମିତ ୨ଟି କାଶ ସିରପ୍‌ ଉଜ୍‌ବେକିସ୍ତାନ୍‌ ପିଲାମାନଙ୍କୁ ନ ଦେବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ବୁଧବାର ଦିନ ପରାମର୍ଶ ଦେଇଛି।  ଉଜବେକିସ୍ତାନରେ ଭାରତ ନିର୍ମିତ କଫ ସିରପ ବ୍ୟବହାର କରି ୧୮ ଶିଶୁଙ୍କ ମୃତ୍ୟୁ ଘଟଣା ଏବେବି ଅସ୍ପଷ୍ଟ ରହିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) କହିଛି ଭାରତର ମ୍ୟାରିୟନ ବାୟୋଟେକ ଦ୍ୱାରା ପ୍ରସ୍ତୁତ ୨ଟି କଫ ସିରପ ଶିଶୁଙ୍କ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ସୁପାରିଶ କରିଛି ଯେ ଉଜବେକିସ୍ତାନରେ ଶିଶୁଙ୍କ ପାଇଁ ନେଏଡ଼ାର କମ୍ପାନୀ ମ୍ୟାରିୟମ ବାୟୋଟେକ ଦ୍ୱାରା ପ୍ରସ୍ତୁତ ୨ଟି କଫ ସିରପର ବ୍ୟବହାର କରା ନ ଯାଉ । ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ତା’ର ୱେବ୍‌ସାଇଟ୍‌ରେ ରିଲିଜ୍‌ କରିଥିବା ସତର୍କ ସୂଚନାରେ ଆହୁରି ମଧ୍ୟ ଲେଖିଛି, ଉଜ୍‌ବେକିସ୍ତାନରେ ଚିହ୍ନଟ କରାଯାଇ ୨୦୨୨ ଡିସେମ୍ବର ୨୨ ତାରିଖ ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’କୁ ରିପୋର୍ଟ କରାଯାଇଥିବା ଦୁଇଟି ନିମ୍ନ ମାନର (ପ୍ରଦୂଷିତ) ଔଷଧ ସଂକ୍ରାନ୍ତରେ ‘ହୁ ମେଡିକାଲ୍‌ ପ୍ରଡକ୍ଟ୍‌ ଆଲର୍ଟ’ ଏହି ସତର୍କ ସୂଚନା ଜାରି କରୁଛି।ଏ ଦୁଇଟି ଔଷଧ ହେଉଛି ‘ଆମ୍ବ୍ରୋନଲ୍‌’ ଓ ‘ଡିଓକେ-୧’ ସିରପ୍। ଏ ଦୁଇଟି ଔଷଧର ନିର୍ମାତା ହେଉଛନ୍ତି ଭାରତର ଉତ୍ତର ପ୍ରଦେଶରେ ଥିବା ‘ମାରିଅନ୍‌ ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’। ଏହି ଔଷଧର ନିରାପତ୍ତା ଓ ଗୁଣବତ୍ତା ସଂକ୍ରାନ୍ତରେ ଆଜି ପର୍ଯ୍ୟନ୍ତ ଉକ୍ତ କମ୍ପାନି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’କୁ କ‌ୌଣସି ଗ୍ୟାରେଣ୍ଟି ଦେଇ ନାହିଁ ବୋଲି ସତର୍କ ସୂଚନାରେ ଉଲ୍ଲେଖ ଅଛି।

 

Leave A Reply

Your email address will not be published.