Jai Odisha
News

ଉତ୍କଳ ବିଶ୍ୱ ବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ମହାମହିମ

ଉତ୍କଳ ବିଶ୍ଵବିଦ୍ୟାଳୟ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର : ଉତ୍କଲ ବିଶ୍ୱ ବିଦ୍ୟାଳୟର ସମାଵର୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ଫେବୃଆରୀ ୨୯ତାରିଖରେ ଉତ୍କଲ ବିଶ୍ୱ ବିଦ୍ୟାଳୟର ୫୩ ତମ ସମାଵର୍ତନ ଉତ୍ସବ ହେବ। ସୂଚନା ଅନୁସାରେ, ସନ୍ଧ୍ୟା ୫ଟା ୨୫ରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୂଳଧିପତି ତଥା ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିବେ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ରହିବେ। ଏହି କାର୍ଯ୍ୟକ୍ରମ ୬ଟା ୨୫ ପର୍ଯ୍ୟନ୍ତ ଚାଲିବ। ୧୬୬ ଜଣ ପିଏଚଡି ପାଇବେ ଏବଂ ୯୫ ଗୋଲଡ଼ ମେଡାଲ ଏବଂ ୬ ଜଣଙ୍କୁ ଏଣ୍ଡୋମେଣ୍ଟ ମିଳିବ। ସମ୍ମାନସୂଚକ ଡ଼କ୍ଟରେଟ ଉପାଧିରେ ପାଇବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, IMD DG ମୃତ୍ୟନଜୟ ମହାପାତ୍ର, , ହିଣ୍ଡାଲକୋର ପରିଚାଳନା ନିର୍ଦେଶକ ସତୀଶ ପାଇ ସମ୍ମାନିତ ହେବେ। ଏହି କାର୍ଯ୍ୟକ୍ରମ ଦୀକ୍ଷାନ୍ତ ଭବନରେ ହେବ।

Leave A Reply

Your email address will not be published.