Jai Odisha
News

ଉତ୍ତରପ୍ରଦେଶ ବିଶ୍ୱ ନିବେଶକ ସମ୍ମିଳନୀ-୨୦୨୩ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୧୦।୨: ତିନି ଦିନିଆ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍‌ ଆଜିଠାରୁ ୟୁପିରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ଲକ୍ଷ୍ନୌଠାରେ ଉତ୍ତରପ୍ରଦେଶ ବିଶ୍ୱ ନିବେଶକ ସମ୍ମିଳନୀ-୨୦୨୩କୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀ ଏବଂ ନିବେଶ-ୟୁପି ୨.୦କୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଦେଶର ପ୍ରମୁଖ ଉଦ୍ୟୋଗପତି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଜ୍ୟପାଳ ଆନନ୍ଦିବନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।
ଏହି ଶିଖର ସମ୍ମିଳନୀରେ ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିନିଯୋଗ ଚୁକ୍ତିନାମା ସ୍ବାକ୍ଷରିତ ହେବ ବୋଲି ଆଶା କରାଯାଉଛି। ଏହା ଦୁଇ କୋଟି ରୋଜଗାରର ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ଅଛି।ଏହା ଦ୍ବାରା ଦୁଇ କୋଟି ରୋଜଗାରର ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଉତ୍ତରପ୍ରଦେଶ ଇତିହାସରେ ଏହା ପ୍ରଥମ ଥର ହେଉଛି, ଯେତେବେଳେ ସମସ୍ତ ୭୫ ଟି ଜିଲ୍ଲାରେ ଏକକାଳୀନ ପୁଞ୍ଜି ବିନିଯୋଗ କରାଯାଉଛି । ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ -୨୦୨୩ ରାଜ୍ୟକୁ ୧ ଟ୍ରିଲିୟନ ଡଲାର ଅର୍ଥନୀତି କରିବା ସହ ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ସଂକଳ୍ପ ପୂରଣ କରିବ ବୋଲି ସେ କହିଛନ୍ତି।ଏହି ତିନିଦିନିଆ ସମ୍ମିଳନୀର ଉଦ୍‌ଘାଟନ ସମାରୋହ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ସିଧାସଳଖ ପ୍ରସାରଣ କରାଯାଇଥିଲା। ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଶ୍ୱସମ୍ମିଳନୀ ମାଧ୍ୟମରେ ଲକ୍ଷ୍ନୌ ସମଗ୍ର ବିଶ୍ୱରେ ନିଜର ଉପସ୍ଥିତିକୁ ଜାହିର କରିପାରିବ । ଉତ୍ତରପ୍ରଦେଶରେ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ନିବେଶକ ଅଂଶ ଗ୍ରହଣ କରିବାର ସୁଯୋଗ ମଧ୍ୟ ଏହି ଅବସରରେ ପାଇବେ । ଉତ୍ତରପ୍ରଦେଶର ଯୁବବର୍ଗଙ୍କ ପାଇଁ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଏହି ଅବସରରେ ଉତ୍ତରପ୍ରଦେଶରେ ରହିଥିବା ସୁବିଧା ସୁଯୋଗ ସମଗ୍ର ବିଶ୍ୱରେ ପ୍ରତିଫଳିତ ହୋଇପାରିବ ।

Leave A Reply

Your email address will not be published.