Jai Odisha
News

ଉଦୟପୁର ହତ୍ୟାକାଣ୍ଡ: କୋର୍ଟରେ ହାଜର ହେବା ସମୟରେ ଅଭିଯୁକ୍ତଙ୍କୁ ପିଟିଲେ ଲୋକେ

ଉଦୟପୁର,୨/୭: ଜୟପୁରସ୍ଥିତ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କୋର୍ଟରେ ଆଜି ହାଜର ହୋଇଥିଲେ ଉଦୟପୁରର ଦର୍ଜି କହ୍ନୈୟାଙ୍କୁ ହତ୍ୟା କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ। ହାଜର ହେବା ପରେ ଦର୍ଜି କହ୍ନୈୟାଙ୍କ ହତ୍ୟାର ସବିଶେଷ ଯାଞ୍ଚ କରିବାକୁ କୋର୍ଟ ଅଭିଯୁକ୍ତ ମହମ୍ମଦ ରିଆଜ ଅଖତାରୀ, ଗୌସ ମହମ୍ମଦ ଏବଂ ସେମାନଙ୍କ ସହଯୋଗୀ ଆସିଫ ଏବଂ ମୋହସିନଙ୍କୁ ୧୦ଦିନିଆ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟରୁ ନେବା ସମୟରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଆକ୍ରୋଶରେ ଲୋକେ ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିଲେ । ପୋଲିସ ଏବଂ କମାଣ୍ଡୋଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଉପରେ ଲୋକମାନେ ଜୋତା ଚପଲ ଏବଂ ଚାପୁଡା ସହ ଲାତ ବର୍ଷା କରିଥିଲେ । ଅଭିଯୁକ୍ତଙ୍କୁ ମାଡ ମାରିବାର ଭିଡିଓ ସାମନାକୁ ଆସିଛି । ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, ପୋଲିସ ଗାଡିରେ ବସାଇବା ଯାଏଁ ଲୋକେ ଅଭିଯୁକ୍ତମାନଙ୍କୁ ଲୋକେ ମାଡ ମାରି ଚାଲିଥିଲେ । ଜଣେ ଅଭିଯୁକ୍ତର ବେକକୁ ଧରି ପଛରୁ ମାଡ ମାରିଥିଲେ । ପରେ ଜଣେ ଜଣେ କରି ଚାରି ଅଭିଯୁକ୍ତଙ୍କୁ ପୋଲିସ ଗାଡିରେ ବସାଯାଇଥିଲା ।  ଉଦୟପୁର ଘଟଣାରେ ଆଇନଜୀବୀଙ୍କ ଆକ୍ରୋଶ ମଧ୍ୟ ଦେଖିବାକୁ ମିଳିଛି । କୋର୍ଟ ପରିସରରେ ଆଇନଜୀବୀ ନାରାବାଜି କରିବା ସହ ଅଭିଯୁକ୍ତଙ୍କ ଫାଶି ଦାବି କରିଥିଲେ।ଏଟିଏସର ଏକ ଟିମ ଉଦୟପୁରରେ କହ୍ନେୟାଲାଲଙ୍କ ନୃଶଂସ ହତ୍ୟାର ଚାରି ଅଭିଯୁକ୍ତଙ୍କୁ କଡା ସୁରକ୍ଷା ଭିତରେ ଶନିବାର ଜୟପୁର ଏନଆଇଏ କୋର୍ଟରେ ହାଜର କରାଯାଇଥିଲା।  ଏହା ପୂର୍ବରୁ ଅଭିଯୁକ୍ତଙ୍କୁ ନେଇ ପୋଲିସ ଟିମ ଏଟିଏସର ସ୍ପେଶାଲ ଅଫରେସନ ଗ୍ରୁପ କାର୍ଯ୍ୟଳୟରେ ପହଞ୍ଚିଥିଲା।

Leave A Reply

Your email address will not be published.